ଆଜି ଅପରାହ୍ଣ ୪ଟାରେ ଅନୁଷ୍ଠିତ ହେବ ଛତିଶା ନିଯୋଗ ବୈଠକ

ଆଜି ଅପରାହ୍ଣ ୪ଟାରେ ଅନୁଷ୍ଠିତ ହେବ ଛତିଶା ନିଯୋଗ ବୈଠକ । ଆସନ୍ତା ମାସ ତଥା ଅକ୍ଟୋବର ୩ ତାରିଖରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ହେବାକୁ ଥିବା କାର୍ତ୍ତିକ ମାସ ବାଳଧୂପ ନୀତିର ନୀତି ନିର୍ଘଣ୍ଟ ଅନୁମୋଦନ ଧାଡ଼ି ଦର୍ଶନ ଏବଂ ରତ୍ନଭଣ୍ଡାର ସ୍ଥାନାନ୍ତରଣ ନେଇ ବୈଠକ ଆଲୋଚନାର ପ୍ରମୁଖତା ରହିଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ବୈଠକ । ଅକ୍ଟୋବର ୩ ତାରିଖରେ ଶ୍ରୀଜୀଉଙ୍କ ଦାମୋଦର ବେଶ ସହ ବାଳଧୂପ ନୀତି ଆରମ୍ଭ ହେବ । ନଭେମ୍ବର ୨ ତାରିଖରେ ଲକ୍ଷ୍ମୀନାରାୟଣ ବେଶ ଓ ହରି ଉତଥାପନ, ୩ ତାରିଖରେ ଡାଳିକିଆ ବା ତ୍ରିବିକ୍ରମ ବେଶ ଓ ଗରୁଡ଼ ଉତଥାପନ, ୪ ତାରିଖରେ ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ଲକ୍ଷ୍ମୀନୃସିଂହ ବେଶ, ୫ ତାରିଖରେ ରାଜାଧିରାଜ ବେଶ ଅନୁଷ୍ଠିତ ହେବ ।