ଆଜି କଟକ ଦଶହରା ବୁଲିବେ ମୁଖ୍ୟମନ୍ତ୍ରୀ

ଆଜି କଟକ ଦଶହରା ବୁଲିବେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ |ମହାନବମୀରେ କଟକର ବିଭିନ୍ନ ପୂଜା ମଣ୍ଡପ ବୁଲି ଦୁର୍ଗାପୂଜାର ମଜା ନେବେ ମୋହନ । ଏ ନେଇ ପୂଜା କମିଟି ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି । ମୋହନଙ୍କ କଟକ ବୁଲା ନେଇ ସରକାରୀ ସ୍ତରରେ କାର୍ଯ୍ୟ ସୂଚୀ ସାଙ୍ଗକୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ସୂଚନା ।ସେହିପରି ଆଜି ପୂଜା ମଣ୍ଡପ ବୁଲିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନମଣ୍ଡଳୀର ବିଭିନ୍ନ ଶକ୍ତିପୀଠ ସହ ପୂଜା ମଣ୍ଡପ ବୁଲିଛନ୍ତି । ମାଆଙ୍କ ଦଶ;ନ କରିବା ସହ ରାଜ୍ୟବାସୀଙ୍କ ପାଇଁ ପ୍ରାର୍ଥନା କରିଛନ୍ତି ।