ଆଜି ପୀଠରେ ଦଶମୀ, ମଣ୍ଡପରେ ମହାନବମୀ

ଧରାବତରଣ କରିଛନ୍ତି ଜଗତଜନନୀ ମାଆ ଦୁର୍ଗା । ଆଜି ମଣ୍ଡପରେ ମହାନବମୀ । ଦୁର୍ଗାପୂଜା ପାଇଁ ସବୁଠି ଆଧ୍ୟାତ୍ମିକ ପରିବେଶ । ପୀଠରେ ଚାଲିଛି ଦଶମୀ ପୂଜା । ରାଜଧାନୀ ରାତିରେ ଜମୁଛି ପୂଜାର ମାହୋଲ୍ । ଦିନରେ ଯେତିକି ଭିଡ଼ ରାତିରେ ବି ତାଠାରୁ ଅଧିକ ଭିଡ଼। ସବୁ ପୂଜା ମଣ୍ଡପରେ ଆକର୍ଷଣୀୟ ତୋରଣ ଦେଖିବାକୁ ଲାଗୁଛି ଲମ୍ବା ଲାଇନ୍ । ଭିନ୍ନ ଭିନ୍ନ ଥିମରେ ସଜେଇ ହୋଇଛି ମଣ୍ଡପ ,ଯାହାକୁ ଦେଖିବାକୁ ପ୍ରବଳ ଗହଳି ଦେଖିବାକୁ ମିଳୁଛି । କଟକରେ ଦିନ ଅପେକ୍ଷା ରାତିରେ ମେଢ଼ ବୁଲିବାକୁ ଭଲ ପାଉଛନ୍ତି ଲୋକମାନେ ।ପୁରୋହିତଙ୍କ ମନ୍ତ୍ର ଉଚ୍ଚାରଣ, ଘଣ୍ଟ ଘଣ୍ଟାରେ ପ୍ରକମ୍ପିତ ହେଉଛି ପରିବେଶ । ସ୍ବତନ୍ତ୍ର ରୀତିନୀତି ଅନୁସାରେ ଜଗଜ୍ଜନନୀ ମାଆ ଦୁର୍ଗାଙ୍କ ପୂଜାର୍ଚ୍ଚନା କରାଯାଉଛି ।