ଆଜି ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା।

ଆଜି ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା। ଏଥିଲାଗି ପୁରା ସମ୍ବଲପୁର ସହର ଉତ୍ସବମୂଖର ହୋଇଉଠିଛି। ଆଜି ଦେବ ଦେବ ମହାଦେବଙ୍କ ବିବାହ ଉତ୍ସବ ଥିବାବେଳେ ମଙ୍ଗଳବାର ଶୀତଳ ଷଷ୍ଠୀ ପର୍ବ ପାଳିତ ହେବ। ଏଥିଲାଗି ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେହିଭଳି ସୋମବାର ପବିତ୍ର ଶୀତଳଷଷ୍ଠୀ ଉପଲକ୍ଷେ ରବିବାର ରାତିରେ ପ୍ରଭୁ ଶ୍ରୀଲିଙ୍ଗରାଜ ଏବଂ ମା’ପାର୍ବତୀଙ୍କ ମଙ୍ଗଳକୃତ୍ୟ ବିଧିମୁତାବକ ଅନୁଷ୍ଠିତ ହୋଇଯାଇଛି। ଦୈନିକ ନୀତି ସନ୍ଧ୍ୟାଧୂପରେ ଅଷ୍ଟଚଣ୍ଡୀ ଏବଂ ଅଷ୍ଟଶମ୍ଭୁଙ୍କୁ ଭୋଗ କରାଯାଇଥଲା। ୧୬ଟି ଖେଚୁଡ଼ି ହାଣ୍ଡିକୁ ପୂଜା କରାଯାଇଥିଲା। ପରେ ଠାକୁରାଣୀ ସନ୍ଧ୍ୟା ଧୂପ ସରିଥିଲା। ଏହା ପରେ ମନ୍ଦିରରେ ଥିବା ଅଷ୍ଟଶମ୍ଭୁଙ୍କୁ ଭୋଗ ସମର୍ପଣ କରାଯାଇଥିଲା। ସେବାୟତମାନେ ଅଷ୍ଟଶମ୍ଭୁଙ୍କୁ ସମର୍ପଣ କରିବାକୁ ଶୋଭାଯାତ୍ରାରେ ବାହାରିଥିଲେ।

You might also like