ଆଡକଟା କଲେଜରେ ରାଷ୍ଟ୍ରୀୟ ସେବା ଯୋଜନାର ସ୍ୱତନ୍ତ୍ର ଶିବିର ଉଦଘାଟିତ
ଗଣିଆ – ବିଶ୍ୱରଞ୍ଜନ ସେଠି) ଉତ୍କଳ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ମଙ୍ଗଳବାର ଦିନ ଗଣିଆ ବ୍ଳକସ୍ଥିତ ଆଂଚଳିକ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ଏକ ସ୍ୱତନ୍ତ୍ର ସେବା ଶିବିର ଉଦଘାଟନ ହୋଇଯାଇଛି । ଏହି ଶିବିର ଆସନ୍ତା ୫ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡ଼ିଛି । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସଂଜୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥିଭାବେ ବ୍ଳକ ଅଧ୍ୟକ୍ଷ ଝୁନା ଜେନା ଯୋଗ ଦେଇ ପତାକା ଉତୋଳନ କରିଥିବାବେଳେ ସମ୍ମାନିତ ଅତିଥିଭାବେ ସ୍ଥାନୀୟ ସରପଂଚ ସୁବିସିନୀ ବାରିକି ଯୋଗଦାନ କରିଥିଲେ । ଜାତୀୟ ସେବା ଯୋଜନା ପ୍ରୋଗ୍ରାମ ଅଫିସର ଅଧ୍ୟାପକ ସନ୍ତୋଷ କୁମାର ସାହୁ ଓ ଅଧ୍ୟାପିକା ତୃପ୍ତିମୟୀ ଦାଶ ଶିବରାର୍ଥୀଙ୍କୁ ସୁପରିଚାଳନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଭଗବାନ ଦେହୁରୀ ଓ ତାଙ୍କ ସହକର୍ମୀମାନେ ଶିବରାର୍ଥୀମାନଙ୍କୁ ଯୋଗ ଏବଂ ସ୍ୱାସ୍ଥ୍ୟବିନା ସମାଜ ସେବା ଅସମ୍ଭବ ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ବିଷିଷ୍ଟ ସମାଜସେବୀ ଅଭୟ ଜେନା ଯୋଗଦାନ କରି ଛାତ୍ର ସମାଜର ସମାଜ ପ୍ରତି ମୂଲ୍ୟବୋଧ ଓ ଜୀବନର ପ୍ରତିବୋଧତା ସଂକ୍ରାନ୍ତୀୟ ଆଲୋଚନା ଚକ୍ରରେ ଶିବରାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ । ସାମ୍ପ୍ରତିକ ସମାଜରେ ଉପୁଜିଥିବା ଆତ୍ମହତ୍ୟା ଓ ଏହାର ପ୍ରତିକାର ପାଇଁ ଅନେକ ଉଦାହରଣ ଛଳରେ ଛାତ୍ରଛାତ୍ରୀମାନଙ୍କ ମନୋବଳ ଉଚ୍ଚା କରିଥିଲେ । ପ୍ରତିଦିନ ସନ୍ଧ୍ୟାରେ ବରିଷ୍ଠ ନାଗରିକ ମଂଚର ସଭାପତି ଗିରିଶ କୁମାର ମିଶ୍ରଙ୍କ ଦ୍ୱାରା ଶିବରାର୍ଥୀମାନଙ୍କୁ ହନୁମାନ ଚାଳିଶା ପଠନ କରାଯିବ ବୋଲି ଅଧ୍ୟକ୍ଷ କହିଛନ୍ତି
