ଆଦିତ୍ୟ-ଅନନ୍ୟା ପ୍ରେମ
ଆଜିକାଲି ବି’ଟାଉନ୍ର ନୂଆ ଲଭବାର୍ଡ ଆଦିତ୍ୟ ରୟ କପୁର ଏବଂ ଅନନ୍ୟା ପାଣ୍ଡେଙ୍କୁ ନେଇ ବେଶ୍ ଚର୍ଚ୍ଚା ହେଉଛି। ନିକଟରେ ଦୁହେଁ ସ୍ପେନ୍ରେ ଛୁଟି କାଟି ମୁମ୍ବାଇ ଫେରିଛନ୍ତି। ଏବେ ମୁମ୍ବାଇ ସଡ଼କରେ ଉଭୟ ଗୋଟିଏ ଗାଡିରେ ବୁଲୁଥିବା ଦେଖାଯାଇଛି। କ୍ୟାମେରାକୁ ଦେଖି ଅନନ୍ୟା ମୁହଁ ଲୁଚାଉଥିବାବେଳେ ଆଦିତ୍ୟ ହସୁଥିବା ନଜର ଆସିଛନ୍ତି।ଶନିବାର ଦିନ ଅନନ୍ୟା ଏବଂ ଆଦିତ୍ୟ ଏକ ଡେଟ୍ରେ ଯାଇଥିଲେ ।
ଉଭୟ ନିଜ ପାପାରାଜିଙ୍କ କ୍ୟାମେରାରେ କଏଦ ହୋଇଥିଲେ। ଅନନ୍ୟା ଗୋଲାପୀ ରଙ୍ଗର ପୋଷାକ ପିନ୍ଧିଥିବାବେଳେ ଆଦିତ୍ୟଙ୍କୁ ଧଳା ସାର୍ଟ ଏବଂ ପ୍ୟାଣ୍ଟରେ ଦେଖିବାକୁ ମିଳିଛି। ଏହି ସମୟରେ ଅନନ୍ୟା ଆଦିତ୍ୟଙ୍କୁ ଚାହିଁ ହସିବା ସମୟରେ ମୁହଁ ଲୁଚାଉଥିବାର ନଜର ଆସିଥିଲେ। ଏହା ସହିତ ଆଦିତ୍ୟ ମଧ୍ୟ ହସୁଥିବା ଦେଖାଉଛନ୍ତି। ଲଭବାର୍ଡଙ୍କ ଫଟୋ ଏବଂ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।
