ଇଶିତା ଦତ୍ତା ଏବଂ ବତ୍ସଲ ସେଠଙ୍କ ଘରକୁ କୁନି ଅତିଥି
ସେଲିବ୍ରିଟି ଦମ୍ପତି ଇଶିତା ଦତ୍ତା ଏବଂ ବତ୍ସଲ ସେଠଙ୍କ ଘରକୁ କୁନି ଅତିଥି ଆସିଛି। ବାସ୍ତବରେ ଅଜୟ ଦେବଗନଙ୍କ ଅନସ୍କ୍ରିନ ଝିଅ ବୁଧବାର ଏକ ସୁନ୍ଦର ପୁଅକୁ ଜନ୍ମ ଦେଇଛନ୍ତି । ଉଭୟ ଶିଶୁ ଏବଂ ମା’ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ପ୍ରଶଂସକ ଏବଂ ସେଲିବ୍ରେଟିମାନେ ଏହି ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଗତ ମାର୍ଚ୍ଚ ୩୧ରେ ଇଶିତା ଗର୍ଭଧାରଣ ଘୋଷଣା କରିଥିଲେ।
ରିପୋର୍ଟ ଅନୁଯାୟୀ, ସୂତ୍ରରୁ ସୂଚନା ମିଳିଛି, “ଇଶିତା ଡାକ୍ତରଖାନାରେ ଅଛନ୍ତି । ଉଭୟ ଶିଶୁ ଏବଂ ମା ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ତାଙ୍କୁ ଶୁକ୍ରବାର ଡାକ୍ତରଖାନାରୁ ଡିସଚାର୍ଜ କରାଯିବ। ଅନ୍ୟପକ୍ଷରେ, ସେଲିବ୍ରେଟି ଦମ୍ପତିଙ୍କ ପରିବାର ଘରେ ଛୋଟ ଅତିଥି ଆସିବାରୁ ଖୁବ୍ ଜୋରସୋରରେ ସେଲିବ୍ରେସନ୍ ପାଳୁଛନ୍ତି ।
