କଟକ ଟାଙ୍ଗୀ ଥାନା ଅଧିକାରୀ ନିଲମ୍ବିତ

କଟକ ଟାଙ୍ଗୀ ଥାନା ଅଧିକାରୀ ନିଲମ୍ବିତ । ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆଙ୍କ ନିର୍ଦ୍ଦେଶରେ ନିଲମ୍ବିତ ହେଲେ IIC ଶିବ ପ୍ରସାଦ ଭଦ୍ର। ଟାଙ୍ଗୀ ଥାନାରେ ଜଣେ ବ୍ୟକ୍ତିଙ୍କୁ ବେଆଇନ୍ ଭାବେ ଅଟକ ରଖିବା ସହ ନିର୍ଯାତନା ଦିଆଯାଇଥିବା ପରିବାର ପକ୍ଷରୁ ସଙ୍ଗୀନ ଅଭିଯୋଗ ହୋଇଥିଲା । ଏହାପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସୁଚନା ମୁତାବକ କଟକ ଜିଲ୍ଲା ଟାଙ୍ଗୀ ଥାନା ଶାଳଗାଁ ପଞ୍ଚାୟତ ନାଣ୍ଡୁଆ ଗାଁର କୃପାସିନ୍ଧୁ ପ୍ରଧାନଙ୍କ ନାମରେ ଜମିଜମା ଘଟଣାକୁ ନେଇ ଅଭିଯୋଗ ହୋଇଥିଲା ।ଜମି ବ୍ୟବସାୟ ଗଣ୍ଡଗୋଳକୁ ନେଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ପୋଲିସ । ପରିବାର ପକ୍ଷରୁ ଏ ନେଇ ପୋଲିସ ଡିଜିଙ୍କୁ ଅଭିଯୋଗ ହୋଇଥିଲା ।  ବେଆଇନ ଭାବେ ୨ ଦିନ ଧରି ଥାନାରେ ଅଟକ ରଖିଥିଲା ପୋଲିସ ।  ପୋଲିସ ନିର୍ଯାତନାରେ ଗୁରୁତର ହୋଇ ଏସସିବିରେ ଚିକିତ୍ସିତ ହେଉଛନ୍ତି ସଂପୃକ୍ତ ବ୍ୟକ୍ତି ।