କ’ଣ ଅଲଗା ହେବେ ଅଭିଷେକ୍‌- ଐଶ୍ୱର୍ଯ୍ୟା ? 

ବଲିଉଡର ଚର୍ଚ୍ଚିତ କପଲ ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ। ଶୁଣିବାକୁ ମିଳୁଥିଲା ଦୁହିଁଙ୍କ ମଧ୍ୟରେ କିଛି ଠିକ୍‌ ନାହିଁ । ଏହି ଚର୍ଚ୍ଚା ମଧ୍ୟରେ ଦୁହେଁ ଛାଡ଼ପତ୍ର ନେବେ । ହେଲେ ଏବେ କିଛି ଫଟୋ ସାମ୍ନାକୁ ଆସିଛି । ତେବେ ଫଟୋରେ ତାଙ୍କ ହାତରେ ନିର୍ବନ୍ଧ ମୁଦି ନଜର ଆସୁନାହିଁ। ବିବାହ ଦିନଠାରୁ ନିଜ ହାତରୁ ମୁଦିକୁ ସେ ବାହାର କରି ନ ଥିବା ବେଳେ ଏବେ କାହିଁକି ସେ ଏଭଳି କରିଛନ୍ତି ତାହାକୁ ନେଇ କଳ୍ପନାଜଳ୍ପନା|

ସମସ୍ତେ କହୁଛନ୍ତି କି ପତ୍ନୀ ଐଶ୍ବର୍ଯ୍ୟାଙ୍କ ସହ ବିବାଦ ଏହା ପଛର କାରଣ ହୋଇପାରେ। ହେଲେ ଏଯାଏ ଉଭୟ କିଛି ବି ମୁହଁ ଖୋଲି କହି ନାହାନ୍ତି।କହିବାକୁ ଗଲେ ନଭେମ୍ବର ୧ ଐଶ୍ୱର୍ଯ୍ୟାଙ୍କ ଜନ୍ମଦିନ ଥିଲେ । ସେ ତାଙ୍କ ମାଆ –ଝିଅ ସହ ସେଲିବ୍ରେସନ୍‌ କରିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଜନ୍ମଦିନରେ ଅଭିଷେକ କିମ୍ବା ବଚ୍ଚନ ପରିବାରର କେହି ନଥିଲେ। ଏଭଳି ଛାଡ଼ପତ୍ର ଖବରକୁ ନେଇ ଚର୍ଚ୍ଚା ହେବା ପରେ ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି।

Leave a comment