କ’ଣ ୨୦୨୪ ଲୋକସଭା ନିର୍ବାଚନ ଲଢିବେ କଙ୍ଗନା ?

 ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ। ସେ ତାଙ୍କ ବିବୃତ୍ତି ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରୁହନ୍ତି। ରାଜନୀତିରେ ପ୍ରବେଶ କରିବା ବିଷୟରେ କଙ୍ଗନାଙ୍କୁ ଅନେକ ସମୟରେ ପ୍ରଶ୍ନ ପଚରାଯାଏ। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ସେ ଏହାକୁ ଅସ୍ବୀକାର କରି ଚାଲିଛନ୍ତିି। କିନ୍ତୁ ଏଥର ସେ ଏକ ସକରାତ୍ମକ ପ୍ରତିକ୍ରିୟା ଦେଇଛନ୍ତି। ଏଥର ସେ ୨୦୨୪ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସୂଚିତ କରିଛନ୍ତି। ନିକଟରେ କଙ୍ଗନାଙ୍କ ଫିଲ୍ମ ତେଜସ୍ ରିଲିଜ ହୋଇଛି। ତେବେ ଆଶା କରାଯାଉଥିବା ପରି ତାଙ୍କ ଫିଲ୍ମ ସେ ରୋଜଗାର କରି ନାହିଁ । ଯେଉଁଥିପାଇଁ ଅଭିନେତ୍ରୀ ବହୁତ ଦୁଃଖିତ । ଫିଲ୍ମ ରିଲିଜ୍ ହେବା ପରେ କଙ୍ଗନା ଗୁଜୁରାଟର ପ୍ରସିଦ୍ଧ ଭ୍ରମଣ ସ୍ଥଳ ଦ୍ୱାରାକା ଜଗତ୍ ମନ୍ଦିରରେ ପହଞ୍ଚିଥିଲେ। ଯେଉଁଠାରେ ସେ ଭଗବାନଙ୍କ ଦର୍ଶନ କରିଥିଲେ।

ନାଗେଶ୍ୱର ମହାଦେବ ମନ୍ଦିର ପରିଦର୍ଶନ କରି ଭଗବାନଙ୍କଠାରୁ ଆଶୀର୍ବାଦ ନେଇଥିଲେ। ଏହା ପରେ କଙ୍ଗନା ରାନାୱତ ଗଣମାଧ୍ୟମ ସହିତ କଥାବାର୍ତ୍ତା କରୁଥିବାବେଳେ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଇଙ୍ଗିତ କରିଥିଲେ। ସେ କହିଛନ୍ତି- ଯଦି ଭଗବାନ ଶ୍ରୀକୃଷ୍ଣ ସନ୍ତୁଷ୍ଟ ହୁଅନ୍ତି, ତେବେ ସେ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଦ୍ୱାରକାଧିଶ ମନ୍ଦିର ପରିଦର୍ଶନ କରିବା ସମୟରେ କଙ୍ଗନା ଇନଷ୍ଟାରେ ଏକ ଫଟୋ ଶେୟାର କରିଛନ୍ତି। ଶାଢୀ ପିନ୍ଧି କଙ୍ଗନା ଏଥିରେ ଖୁବ ସୁନ୍ଦର ଦେଖାଯାଉଛନ୍ତି। ସେ କହିଥିଲେ ଯେ ସେ କିପରି ଅନେକ ଦିନ ପାଇଁ ଅଶାନ୍ତ ଥିଲେ, କିନ୍ତୁ ଭଗବାନଙ୍କ ଦର୍ଶନ ପାଇବା ପରେ ତାଙ୍କ ମନ ଶାନ୍ତି ପାଇଲା।

You might also like