କଳାହାଣ୍ଡି ଜିଲ୍ଲା କାଉଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଧୂମଧାମ ରେ ଅନୁଷ୍ଠିତ ହୋଇ ଯାଇଛି ମା ବିଦ୍ୟାଦେବୀ ସରସ୍ବତୀ ଙ୍କ ପୂଜନତ୍ସବ l


୨/୨/୨୫ ଆଜି ହେଉଛି ବସନ୍ତ ପଞ୍ଚମୀ ଜଥା ଅଧିଷ୍ଠାତ୍ରୀ ଦେବୀ ସରସ୍ଵତୀ ଙ୍କ ପୂଜା l ମାଘମାସ ଶୁକ୍ଳପକ୍ଷ ପଞ୍ଚମୀତିଥି ଦିନ ପାଳନ କରାଯାଏ ଦେବୀ ସରସ୍ବତୀ ଙ୍କ ପୂଜା । ବିଦ୍ୟାପ୍ରାପ୍ତି ନିମିନ୍ତେ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ବିଦ୍ୟାଦାୟିନୀ, ହଂସବାହିନୀ, ବୀଣା ପୁସ୍ତକ ଧାରିଣୀ ଦେବୀ ସରସ୍ୱତୀଙ୍କର ପୂଜା ଓ ଆରାଧନା !ଏଇ ଦିନ ମୁଖ୍ୟତଃ ଶିକ୍ଷାନୁଷ୍ଠାନରେ କରାଯାଏ । ଛାତ୍ରଛାତ୍ରୀମାନେ ପୂଜାମଣ୍ଡପକୁ ଅତି ମନୋରମ ଭାବେ ସଜାଇ ଥାଆନ୍ତି । ମାତା ସରସ୍ୱତୀଙ୍କର ପୂଜା ଓ ପୁଷ୍ପାଞ୍ଜଳୀ ଦେବା ପର୍ଯ୍ୟନ୍ତ ସେମାନେ ଉପବାସ ରହିଥାନ୍ତି । ଆଜି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ସ୍ଥିତ କାଉଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ମଧ୍ୟ ଦେବୀ ସରସ୍ବତୀ ଙ୍କ ପୂଜାର୍ଚନା ମହା ଆଡମ୍ବର ରେ ଅନୁଷ୍ଠିତ ହୋଇ ଯାଇ ଅଛି l ଏଇ ଅବସର ରେ ପିଲାମାନେ ଦେବୀ ସରସ୍ୱତୀଙ୍କର ଆଶୀର୍ବାଦ ପ୍ରାପ୍ତି ନିମନ୍ତେ ସେମାନଙ୍କର ପାଠ୍ୟପୁସ୍ତକ ଓ କଲମ ଆଦିକୁ ମାତାଙ୍କ ପାଖରେ ସମର୍ପଣ କରିଥିଲେ । ଏହି ପୂଜା ରେ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଓ ଅନୁଷ୍ଠାନ ର ସମସ୍ତ କର୍ମ କର୍ତା ଉପସ୍ଥିତ ରହି ମା ଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ପୂଜା ସମାପ୍ତ ଏବଂ ପୁଷ୍ପାଞ୍ଜଳି ସରିଲା ପରେ ମା ଙ୍କ ପ୍ରସାଦ ସେବନ କରି ଥିଲେ l

You might also like