କିଡନୀ ରୋଗରେ ଚାଲିଗଲା ଶିକ୍ଷକଙ୍କ ଜୀବନଶିକ୍ଷକଙ୍କ ବିୟୋଗରେ ଶୋକସଭା

ଗଣିଆ – (ବିଶ୍ବରଂଜନ ସେଠି.) ଗଣିଆ ବ୍ଳକରେ କିଡନୀ ରୋଗୀଙ୍କ ସଂଖ୍ୟ ବଢିବାରେ ଲାଗିଛି । ବ୍ଳକରେ ୮ଗୋଟି ପଂଚାୟତରେ ୩/୪ ମାସ ମଧ୍ୟରେ ୩ଜଣ କିଢନୀ ରୋଗୀ ମୃ୍‌ତ୍ୟୁ ବରଣ କରିଥିବାବେଳେ ୭୧ଜଣ ରୋଗୀ କିଡନୀ ରୋଗୀ ଚିକିତ୍ସିତ ହେଉଛନ୍ତି । ଗଣିଆ ବ୍ଳକର ଧୂଆମଡ଼ା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅଶୋକ କୁମାର ଦାଶ କିଡନୀ ରୋଗର ଚିକିତ୍ସିତ ଅବସ୍ଥାରେ ଗତକାଲି ମୃତ୍ୟୁ ବରଣ କରିଛନ୍ତି । ତାଙ୍କର ଚାକିରୀ କାଳ ଆଉ ୪ବର୍ଷ ଥିବାବେଳେ ତାଙ୍କର ଅକାଳ ମୃତ୍ୟୁକୁ ନେଇ ପରିବାର ଓ ଶିକ୍ଷକ ତଥା ଅଭିଭାବକ ମହଲରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ୨୭ ବର୍ଷର ଗୋଟିଏ ପୁଅ ଓ ୨୦ବର୍ଷର ଗୋଟିଏ ଝିଅ ଅଛନ୍ତି । ସ୍ୱର୍ଗତ ଶିକ୍ଷକ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିହୋଇଥିବାରୁ ତାଙ୍କର ମୃତ୍ୟୁରେ ପରିବାର ଏକ ପ୍ରକାର ସ୍ତବ୍‌ଧ ହୋଇଯାଇଛି । ସରକାରଙ୍କ ତରଫରୁ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଅଂଚଳବାସୀ ଦାବୀ କରିଛନ୍ତି । ଏହାକୁ ନେଇ ଗଣିଆ ବ୍ଲକ ମିଳିତ ଶିକ୍ଷକ ସଂଘ ତରଫରୁ ଏକ ଶୋକସଭା ପାଳିତ ହୋଇଯାଇଛି । ଶନିବାର ଅପରାହ୍ନରେ ଧୂଆମଡ଼ାସ୍ଥିତ ବିଦ୍ୟାଳୟ ପରିସରରେ ଅବସରପ୍ରାପ୍ତ ଶିକ୍ଷକ ଶରତ କୁମାର ଜେନାଙ୍କ ସଭାପତିତ୍ୱରେ ଶୋକସଭା ପାଳନ କରାଯାଇଥିଲା । ସର୍ବପ୍ରଥମେ ସ୍ୱର୍ଗତ ଶିକ୍ଷକଙ୍କ ଉଦ୍ଦେଶ୍ୟରେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସ୍ୱର୍ଗତ ଶିକ୍ଷକଙ୍କର ଛାତ୍ରବତ୍ସଳତା, ସମୟାନୁବର୍ତିତା ଓ ସହନଶୀଳତା ତଥା ଓ ବନ୍ଧୁମହଲରେ ଅମାୟିକ ବ୍ୟବହାର ଓ ପରୋପକାରୀ ମନୋବୃତିକୁ ନେଇ ସଭାରେ ସ୍ମୃତିଚାରଣ କରିବା ସହିତ ଅମର ଆତ୍ମାର ସଦଗତି କାମନା କରିଥିଲେ । ଉକ୍ତ ସଭାରେ ବିଜୟ କୁମାର ମହାରଣା, ବାମନ ଚରଣ ବାରିକି, ସୁରେଶ ଚନ୍ଦ୍ର ବେହେରା, ଶରତ କୁମାର ଜେନା, ବଳରାମ ବେହେରା, ସୁନିଲ କୁମାର ସାହୁ, ସୁରଥ ବେହେରା, ଜୟନ୍ତି କଁହର, ପ୍ରଶନ୍ନ ନାୟକ, ସାଧୁଚରଣ ପରିଡ଼ା, ସୁଶାନ୍ତ ରଣା, ଉଦ୍ୟନାଥ ସାହୁ, ବିନୋଦ ବିହାରୀ ସାହୁ, ପ୍ରତାପ ଚନ୍ଦ୍ର ପାଣିଗ୍ରାହୀ, ଶୁକଦେବ ରାଉତ, ସୁଶାନ୍ତ ରଣା, କିଶୋର ପଣ୍ଡା, ଶେଭନ ପଣ୍ଡାଙ୍କ ସମେତ ୧୦୦ରୁ ଉର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇଥିଲେ । ପରେ ସମସ୍ତେ ତାଙ୍କର ବାସଗୃହରେ ପଂହଚି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଆଶ୍ୱାସନା ଦିଆଯାଇଥିଲା ।