ଖୋର୍ଦ୍ଧାରେ ୨ ଦିନ ସ୍କୁଲ ଛୁଟି

ବାତ୍ୟା ମୋନ୍ଥାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାରେ ୨୮ ଓ ୨୯ ତାରିଖରେ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ। ଖୋର୍ଦ୍ଧା ଜିଲ୍ଲାପାଳ ଏହି ଛୁଟି ଘୋଷଣା କରିଛନ୍ତି।ଏହା ପୂର୍ବରୁ ମୋନ୍ଥା ପାଇଁ ଦକ୍ଷିଣ ଓଡିଶାର ୮ ଜିଲ୍ଲା ଯଥା ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର ଆସନ୍ତାକାଲିଠାରୁ ୩୦ ଯାଏଁ ସ୍କୁଲକୁ ଛୁଟି ଘୋଷଣା କରିଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।