ଗର୍ଭବତୀ ଅଛନ୍ତି ଆଲବାନିଆର ଏଆଇ ମନ୍ତ୍ରୀ ଡିଏଲା

ଆଲବାନିଆର ପ୍ରଧାନମନ୍ତ୍ରୀ ଏଡି ରାମା ସମ୍ପ୍ରତି ଏକ ଆଶ୍ଚର୍ଯ୍ୟଜନକ ଘୋଷଣା କରିଛନ୍ତି। ପିଏମ ଘୋଷଣା କରିଛି ଯେ ଦେଶର ପ୍ରଥମ ଏଆଇ ସରକାରଙ୍କ ମନ୍ତ୍ରୀ, ଡିଏଲା ଗର୍ଭବତୀ ଅଛନ୍ତି। ମନ୍ତ୍ରୀ କେବଳ ଗୋଟିଏ କିମ୍ବା ଦୁଇଟି ନୁହେଁ, ବରଂ ୮୩ ଟି ଏଆଇ ପିଲାଙ୍କୁ ଜନ୍ମ ଦେବେ। ଜର୍ମାନୀର ବର୍ଲିନ ଠାରେ ଗ୍ଲୋବାଲ ଡାଏଲଗ କାର୍ଯ୍ୟକ୍ରମରେ ଯୋଗ ଦେଇ ଆଲବାନିଆ ପ୍ରଧାନମନ୍ତ୍ରୀ ଏପରି ମନ୍ତବ୍ୟ ଦେଇଛନ୍ତି । ଏହି ସନ୍ତାନ ବା ସହକାରୀମାନେ ସଂସଦୀୟ କାର୍ଯ୍ୟକଳାପର ବିବରଣୀ ରଖିବା ସହ ସାଂସଦମାନଙ୍କୁ ଆଲୋଚନା ଓ ବିତର୍କ ବେଳେ ସହାୟତା କରିବେ । ୨୦୨୬ ମସିହା ସୁଦ୍ଧା ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି। ଗତ ସେପ୍ଟେମ୍ବର ମାସରେ ଆଲବାନିଆ ପ୍ରଥମ ଥର ପାଇଁ ଏଆଇ ଡିଏଲାକୁ ମନ୍ତ୍ରୀ ଭାବେ ନିଯୁକ୍ତି ମିଳିଥିଲା ।ଏବେ ପ୍ରଶ୍ନ ଉଠୁଛି ଜଣେ AI ମନ୍ତ୍ରୀ କିପରି ଗର୍ଭବତୀ ହେଲେ? ଏହା ଅନେକଙ୍କୁ ଅଜବ ଲାଗୁଛି। ପ୍ରକୃତରେ, ଡିଏଲା ଜଣେ ପ୍ରକୃତ ମଣିଷ ନୁହଁନ୍ତି; ସେ ଜଣେ AI। ଯେତେବେଳେ ପ୍ରଧାନମନ୍ତ୍ରୀ ରାମା କୁହନ୍ତି ଯେ ଡିଏଲା ଗର୍ଭବତୀ ଏବଂ ୮୩ ଜଣ ପିଲାଙ୍କୁ ଜନ୍ମ ଦେବାକୁ ଯାଉଛନ୍ତି, ଏହା ପ୍ରକୃତ ଗର୍ଭଧାରଣକୁ ବୁଝାଉନାହିଁ, ବରଂ ଏହା ଏକ ପ୍ରତୀକାତ୍ମକ ଏବଂ ରୂପକ ଉପାୟ ଯାହା ଦର୍ଶାଇଥାଏ ଯେ ଡିଏଲାଙ୍କ ୮୩ ଜଣ AI ସହାୟକ ସଂସଦରେ ସେବା କରିବେ।