ଗିରଫ ହେଲେ କନ୍ନଡ଼ ଅଭିନେତା Chetan Kumar
କନ୍ନଡ଼ ଫିଲ୍ମ ଅଭିନେତା ଚେତନ କୁମାର ଗିରଫ। ହନ୍ଦୁ ଧର୍ମ ଉପରେ ଏକ ବିବାଦୀୟ ଟ୍ବିଟ୍କୁ ନେଇ ଚେତନ କୁମାରଙ୍କୁ ବେଙ୍ଗାଲୁରୁ ପୋଲିସ୍ ଗିରଫ କରିଛି।ମାର୍ଚ୍ଚ ୨୦ରେ ଚେତନ କୁମାର ଏକ ଟୁଇଟ୍ କରିଥିଲେ। ଯେଉଁଥିରେ ସେ ହିନ୍ଦୁ ଧର୍ମ ବିରୋଧରେ କହିଛନ୍ତି।
ସେ ଟୁଇଟ୍ରେ ଲେଖିଛନ୍ତି, ହିନ୍ଦୁତ୍ୱ ସମ୍ପୂର୍ଣ୍ଣ ମିଥ୍ୟା ଉପରେ ନିର୍ମିତ ହୋଇଛି। ରାମ ରାବଣକୁ ହରାଇ ଅଯୋଧ୍ୟା ଫେରିବା ପରେ ଭାରତୀୟ ରାଷ୍ଟ୍ର ଆରମ୍ଭ କଥା ମିଛ, ୧୯୯୨ରେ ବାବ୍ରି ମସଜିଦ ହେଉଛି ରାମ ଜନ୍ମଭୂମି – ଏକ ମିଥ୍ୟା, ୨୦୨୩ ଉରିଗୌଡା-ନାନ୍ଜେଗୌଡା ଟିପୁର ହତ୍ୟାକାରୀ – ଏକ ମିଥ୍ୟା, ହିନ୍ଦୁତ୍ୱକୁ ସତ୍ୟ ସହିତ ପରାସ୍ତ କରାଯାଇପାରେ। ଏବେ କନ୍ନଡ଼ ଚଳଚ୍ଚିତ୍ର ଅଭିନେତା ଚେତନ କୁମାରଙ୍କୁ ମଙ୍ଗଳବାର ବେଙ୍ଗାଲୁରୁର ଶେଷାଦ୍ରୀପୁରମ ପୋଲିସ୍ ଗିରଫ କରିଛି।
