ତିଗିରିଆ ର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ମିଳିତ ଚଢାଉ

ଆଠଗଡ ୧୨/୦୪ (ମାନସ ରଞ୍ଜନ ସାହୁ) କଟକ ଜିଲ୍ଲା ଅବକାରୀ ଅଧୀକ୍ଷକ ଶ୍ରୀ କରୁଣା ଶଙ୍କର ତିୱାରୀ ଙ୍କ ନିର୍ଦେଶ କ୍ରମେ ଏବଂ ଆଠଗଡ ଅବକାରୀ ଉପ ଅଧିକ୍ଷ୍ୟକ ଶ୍ରୀ CH ତିରୁପଥୀ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ତିଗିରିଆ ଥାନା ଅନ୍ତର୍ଗତ ଭୀରୁଡ଼ା, ପାଇକସାହି, ଗୋଡ଼ିଝରିଆ, ଘରପଡା ଗ୍ରାମ ରେ ଆଠଗଡ ଅବକାରୀ ବିଭାଗ, ବାଙ୍କୀ ଅବକାରୀ ଥାନା ଓ କଟକ ସଦର ଅବକାରୀ ବିଭାଗ ଏବଂ କଟକ ଜିଲ୍ଲା ମୋବାଇଲ ୟୁନିଟ ଅବକାରୀ ବିଭାଗ ସହିତ ଏକ ମିଳିତ ଚଡାଉ କରାଯାଇ ଥିଲା।

ଉକ୍ତ ଚଡାଉ ରେ ସର୍ବମୋଟ ୨୨୦୫ ଲିଟର ଦେଶୀ ମଦ ସହ ୨୦୪୪୦ ଲିଟର ମଦ ପ୍ରସ୍ତୁତ ନିମନ୍ତେ ବ୍ୟବହୃତ ହେଉଥିବା ଗୁଡ ପୋଚ ଉଦ୍ଧାର କରାଯାଇ ଘଟଣା ସ୍ଥଳରେ ନଷ୍ଟ କରାଯାଇଛି ଏବଂ ୫ ଗୋଟି ମାମଲା ରୁଜୁ କରା ଯାଇଛି। ଏହି ଚଡାଉ ରେ ଉପସ୍ଥିତ ଥିଲେ ଆଠଗଡ ଅବକାରୀ ଉପ ଅଧିକ୍ଷ୍ୟକ CH ତିରୁପତି,ଅବକାରୀ ନିରୀକ୍ଷକ ରବି ନାରାୟଣ ପଧାନ ,ଆଠଗଡ ଅବକାରୀ ଉପ ନିରୀକ୍ଷକ ଅରୁଣ ଭୋଇ ,ବାଙ୍କୀ ଅବକାରୀ ଉପ ନିରୀକ୍ଷ୍ୟକ ସୌମ୍ୟ ରଞ୍ଜନ ମାଝୀ ଙ୍କ ଅନ୍ୟ ସମସ୍ତ କର୍ମଚାରୀ ସାମିଲ ହୋଇଥିଲେ।

You might also like