‘ଦ କାଶ୍ମୀର ଫାଇଲ ଅନ୍‌ରିପୋର୍ଟେଡ୍‌’ର ଟ୍ରେଲର ରିଲିଜ୍‌

 କଶ୍ମୀର ପଣ୍ଡିତଙ୍କ ପଳାୟନକୁ ନେଇ ନିର୍ମାଣ କରାଯାଇଥିବା ବଲିଉଡ ମୁଭି ‘ଦ କଶ୍ମୀର ଫାଇଲ୍ସ’ର ଆଉ ଏକ ଭର୍ସନ ‘ ଦ କଶ୍ମୀର ଫାଇଲ୍ସ ଅନ ରିପୋର୍ଟେଡ’ ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି। ଏହାର ଟ୍ରେଲର ରିଲିଜ ହୋଇସାରିଛି, ଯେଉଁଥିରେ କଶ୍ମୀର ପଣ୍ଡିତମାନେ ସେମାନଙ୍କ ସହ ଘଟିଥିବା ଘଟଣା ସମ୍ପର୍କରେ କହୁଛନ୍ତି ଓ ସେମାନଙ୍କ କଷ୍ଟ ବଖାଣୁଛନ୍ତି।ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘କାଶ୍ମୀର ଫାଇଲ’ ୧୧ ମାର୍ଚ୍ଚ ୨୦୨୨ରେ ମୁକ୍ତିଲାଭ କରିଥିଲା। ସେତେବେଳେ ଏହି ଚଳଚ୍ଚିତ୍ରକୁ ନେଇ ନାନା ପ୍ରକାର ବିବାଦ ସୃଷ୍ଟି ହୋଇଥିଲା। ଏହା ସତ୍ତ୍ୱେ ବି ସିନେମାଟି ଖୁବ୍ ଲୋକପ୍ରିୟ ହୋଇଥିଲା। ବକ୍ସ ଅଫିସ୍‌ର ଭଲ ରୋଜଗାର ବି କରିଥିଲା।

ସେତେବେଳେ ଏହି ସିନେମାର ଆଉ ଏକ ସଂସ୍କରଣ ଆସିବ ବୋଲି ଘୋଷଣା କରିଥିଲେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ। ଆଉ ଏବେ ନୂଆ ଫିଲ୍ମର ଟ୍ରେଲର ରିଲିଜ ହୋଇଛି।ଏହା ଏକ ଡକ୍ୟୁମେଣ୍ଟାରୀ ମୁଭି, ଯାହାର ଟ୍ରେଲର୍‌ ସେହି ଦିନ କାଶ୍ମୀରରେ ‘ହମ କ୍ୟା ଚାହତେ ହୈ ଆଜାଦି’ର ସ୍ଲୋଗାନ ଦେଉଥିବା ଲୋକଙ୍କ ବାଇଟ ସହିତ ଆରମ୍ଭ ହୋଇଥିଲା । ଭିଡିଓରେ ଜଣେ ବୃଦ୍ଧ ମହିଳା କହୁଛନ୍ତି ଯେ ସେ ଡରି ଯାଇଥିଲେ। ଏହି ସମୟରେ, ଅନ୍ୟ ଜଣେ ମହିଳା କହୁଛନ୍ତି ଯେ ‘ଘର ବାହାରେ ଚିଠି ଲଗାଯାଇଥିଲା ଯେ ତାଙ୍କୁ ତୁମ ଘରେ ହତ୍ୟା କରାଯିବ …’। ଟ୍ରେଲରରେ କଶ୍ମୀରୀ ପଣ୍ଡିତ ତାଙ୍କ ଯନ୍ତ୍ରଣା ଏବଂ ସେମାନଙ୍କ ସହ ଘଟିଥିବା ଘଟଣା ବିଷୟରେ ବର୍ଣ୍ଣନା କରୁଥିବା କଥା ଶୁଣିବା ପରେ ଦର୍ଶକେ ଭାବପ୍ରବଣ ହେବେ ନିଶ୍ଚିତ।

You might also like