‘ଦ ଭ୍ୟାକ୍ସିନ ଓ୍ବାର୍‌’କୁ ପ୍ରଶଂସା କଲେ  ପ୍ରଧାନମନ୍ତ୍ରୀ ମୋଦି

 ଫିଲ୍ମ ନିର୍ମାତା ବିବେକ ଅଗ୍ନିହୋତ୍ରୀଙ୍କ ‘ଦ ଭ୍ୟାକ୍ସିନ ଓ୍ବାର୍‌’ ପାଇଁ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଫିଲ୍ମ ୩୦ ସେପ୍ଟେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିସାରିଛି। ଏହି ଫିଲ୍ମ ଖୁବ୍‌ ପସନ୍ଦ କରୁଛନ୍ତି ଦର୍ଶକ। ଭାକ୍ସିନ ଓ୍ବାର ସିନେ ସମାଲୋଚକଙ୍କୁ ମଧ୍ୟ ପ୍ରଭାବିତ କରିଛି। ତେବେ​‌ ଏହାରି ମଧ୍ୟରେ ରାଜସ୍ଥାନ ଯୋଧପୁରରରେ ଏକ ରାଲିରେ ସମୟରେ ପିଏମ ମୋଦୀ ‘ଦ ଭାକ୍ସିନ ଓ୍ବାର’ ଫିଲ୍ମକୁ ପ୍ରଶଂସା କରିଛନ୍ତି।

ନିକଟରେ ରାଜସ୍ଥାନର ଯୋଧପୁରରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ମୋଦି ‘ଦ ଭ୍ୟାକ୍ସିନ ଓ୍ବାର୍‌’ ବିଷୟରେ କହିଥିଲେ। ସେ କହିଛନ୍ତି, ଆମ ଦେଶର ବୈଜ୍ଞାନିକମାନେ କରୋନା ସହ ଲଢ଼ିବା ପାଇଁ ଦିନରାତି ପରିଶ୍ରମ କରିଥିଲେ ଯାହାକି ବହୁତ ଭଲ। ଆମର ମହିଳା ବୈଜ୍ଞାନିକମାନେ ମଧ୍ୟ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଥିଲେ। ସେହି ସବୁ କଥାକୁ ‘ଦ ଭ୍ୟାକ୍ସିନ ଓ୍ବାର୍‌’ରେ ଦର୍ଶାଯାଇଛି।ସେହି ଫିଲ୍ମକୁ ଦେଖିବା ପରେ ଗର୍ବ ଅନୁଭବ ହେଉଛି ଯେ, ଆମ ବୈଜ୍ଞାନିକ ଏଭଳି କାମ କରିଛନ୍ତି।’’

You might also like