ଧବଳେଶ୍ବରଙ୍କ ପୀଠରେ ଆଜିଠୁ ପଞ୍ଚକ ବ୍ରତ ଆରମ୍ଭ

ବାବା ଧବଳେଶ୍ବରଙ୍କ ପୀଠରେ ଆଜିଠୁ ପଞ୍ଚକ ବ୍ରତ ଆରମ୍ଭ । କଟକର ଅନ୍ୟତମ ଶୈବପୀଠ ଧବଳେଶ୍ଵରଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ । ଆଶୁତୋଷ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ମହାକାର୍ତ୍ତିକ ମାସର ଶେଷ ପର୍ବ ହେଉଛି ବାବା ଧବଳେଶ୍ୱରଙ୍କର ବଡ଼ ଓଷା । ରାତ୍ର ୩ଟାରୁ ଦ୍ଵାର ଫିଟା ଯାଇ ୧୦୮ ଗରା ସୁବାସିତ ଜଳରେ ବାବାଙ୍କୁ ମହାସ୍ନାନ କରାଯାଇ ମଇଲମ, ମଙ୍ଗଳ ଆଳତୀ ଆଦି ସମସ୍ତ ରୀତିନୀତି କରାଯାଇ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ପାଇଁ ଛଡ଼ା ଯାଇଥିଲା । ଏଥିସହ ପଞ୍ଚକ ଓ ବଡ଼ଓଷା ପାଇଁ ୩ଟି ସ୍ଥାନରେ ହେବ ପାର୍କିଂ ବ୍ୟବସ୍ଥା ଓ ୧୪ଟି ସ୍ଥାନରେ ଟ୍ରାଫିକ୍ ପୋଷ୍ଟ ହେବ । ୩୨ଟି ସ୍ଥାନରେ ସିସିଟିଭି ଲଗାଯିବ ।

ପାର୍କିଂ ବ୍ୟବସ୍ଥା ପାଇଁ ଦୁଇ ଚକିଆ ଗାଡ଼ି ନୂଆପାଟଣା ଛକରୁ ପାଇକରାପୁର ଷ୍ଟାଣ୍ଡକୁ ଯିବ,୪ ଚକିଆ ଗାଡ଼ି ବିଦ୍ୟାଧରପୁର ଓ ଧବଳେଶ୍ୱର ଫାଣ୍ଡି ପଡ଼ିଆରେ ପାର୍କିଂ ହେବ ଓ NH ୫୫ ଦେଇ ବାଳି ଛକରୁ ସୁନିଆମୁହଁ ରାସ୍ତାରେ ଆସିବ ୪ ଚକିଆ ଗାଡ଼ି । ଏପଟେ ୨ ଅତିରିକ୍ତ SP, ୮ DSP, ୨୦ IIC ସମେତ ୨୦୦ରୁ ଅଧିକ ପୋଲିସ ନିୟୋଜିତ ହେବେ । ଓଡ୍ରାଫ, ଅଗ୍ନିଶମ ଟିମ୍ ମୁତୟନ ରହିବେ ।