ନବଦୁର୍ଗା ମଧ୍ୟରେ ମା ସିଦ୍ଧିଦାତ୍ରୀ ହେଉଛନ୍ତି ଶେଷ ଦୁର୍ଗା

ଆଶ୍ୱିନର ଶରତ ସକାଳରେ ଧରଣୀ ହୋଇଛି ପୁଲକିତ । ଗୃହଠାରୁ ଦେବାଳୟ ପର୍ଯ୍ୟନ୍ତ ସବୁଠାରେ ଜ୍ୟୋତିର୍ମୟୀ ଜଗନ୍ମାତାଙ୍କ ଆଗମନର ପଦଧ୍ୱନି ।ମା ସିଦ୍ଧିଦାତ୍ରୀ ଚତୁର୍ଭୂଜା, ସିଂହବାହିନୀ, ପଦ୍ମାସୀନା, ସେ ଡ଼ାହାଣ ପଟ ହାତରେ ଗଦା ଓ ତଳ ହାତରେ ଚକ୍ର ଏବଂ ବାମ ପଟ ଉପର ହାତରେ ପଦ୍ମ ଓ ତଳ ହାତ ରେ ଶଙ୍ଖ ଧାରଣ କରିଛନ୍ତି । ନବଦୁର୍ଗା ମଧ୍ୟରେ ମା ସିଦ୍ଧିଦାତ୍ରୀ ହେଉଛନ୍ତି ଶେଷ ଦୁର୍ଗା ।

ଶାସ୍ତ୍ର ବିଧି ବିଧାନ ଅନୁସାରେ ଅଷ୍ଟ ଦୁର୍ଗାଙ୍କର ପୂଜା ଉପାସନା ଶେଷ କରି ସାଧକ ନବମ ଦିନ ମା ସିଦ୍ଧିଦାତ୍ରୀଙ୍କ ଉପାସନା କଲା ପରେ ମାତା ପୂର୍ଣ୍ଣ ଉପାସନାର ସକଳ ସିଦ୍ଧି ପ୍ରଦାନ କରିଥାନ୍ତି । ସକଳ କାମନା ପୂର୍ଣ୍ଣ ହୋଇଥାଏ । ମାତା ଭଗବତୀଙ୍କର ଅଖଣ୍ଡ କୃପା ସଦା ସର୍ବଦା ପ୍ରାପ୍ତ ହୋଇଥାଏ । ଧ୍ୟାନ ସ୍ମରଣ ପୂଜନ ଦ୍ୱାରା ଆମକୁ ଏହି ସଂସାରର ଅସାରତା ବୋଧ କରାଇ ବାସ୍ତବିକ ପରମ ଶାନ୍ତି ଓ ଅମୃତପଦ ପ୍ରାପ୍ତି ହୋଇଥାଏ ।

ପୂଜା ବିଧି: ନବରାତ୍ରିର ନବମ ତିଥିରେ ମା’ଙ୍କୁ ବିଦାୟ ଦିଆଯାଏ । ଏହି ଦିନ ସକାଳୁ ସ୍ନାନ କରି ମା’ଙ୍କୁ ପ୍ରତିଷ୍ଠା କରି ସ୍ଥାପିତ କରିବ। ତା’ ପରେ ମା’ଙ୍କୁ ଫୁଲ ଅର୍ପଣ କରନ୍ତୁ। ଡାଳିମ୍ବ ଫଳ ଭୋଗ ଦିଅନ୍ତୁ । ନୈବେଦ ଚଢାନ୍ତୁ, ମିଷ୍ଠାନ, ପଂଚାମୃତ ଏବଂ ଘରେ ଏହ ଭୋଗ ଲଗାନ୍ତୁ। ଏହି ଦିନ ହୋମ କରନ୍ତୁ। ନବମୀ ଦିନରେ କନ୍ଯା ପୂଜନର ମଧ୍ୟ ବିଶେଷ ମହତ୍ତ୍ବ ରହିଥାଏ ।

ଧ୍ୟାନ- ସିଦ୍ଧଗଂଧର୍ଵୟକ୍ଷାଦ୍ୟୈରସୁରୈରମରୈରପି ।
ସେଵ୍ୟମାନା ସଦା ଭୂୟାତ୍ ସିଦ୍ଧିଦା ସିଦ୍ଧିଦାୟିନୀ ॥