ନିର୍ମାଣ ହେବ ନୂଆ ଲୋକସେବା ଭବନ 

ନୂଆ ଲୋକସେବା ଭବନ ମାଷ୍ଟର ପ୍ଲାନ ପାଇଁ ଓଡିଶା ସେତୁ ଓ ନିର୍ମାଣ ନିଗମକୁ ଦିଆଯାଇଛି ଦାୟିତ୍ୱ । ମାଷ୍ଟର ପ୍ଲାନ ଅନୁମୋଦନ ପରେ ହେବ ବ୍ୟୟ ଅଟକଳ । ବର୍ତ୍ତମାନର ଲୋକସେବା ଭବନ ୬୮ ବର୍ଷ ପୁରୁଣା ହୋଇଥିବା ବେଳେ ପାର୍କିଙ୍ଗ ସମସ୍ୟା ରହୁଥିବାରୁ ନୂଆ ଲୋକସେବା ଭବନ ନିର୍ମାଣ ପାଇଁ ଚିନ୍ତା କରିଛନ୍ତି ସରକାର ।  ବିଧାନସଭାରେ ପୂର୍ତ୍ତ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଲିଖିତ ଉତ୍ତର ।