ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଚଳିତ ବର୍ଷ ୪ଟି ବର୍ଗରେ ମୋଟ ୭୮ଟି ପୁରସ୍କାର ପ୍ରଦାନ କରାଯିବ

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ୧୭ ଜୁଲାଇ, ୨୦୨୫ରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏକ ଜାତୀୟ ସମାରୋହରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ମନୋହର ଲାଲ ଏବଂ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ତୋଖନ ସାହୁଙ୍କ ଉପସ୍ଥିତିରେ ପ୍ରତିଷ୍ଠିତ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୪-୨୫ ପୁରସ୍କାର ପ୍ରଦାନ କରିବେ। ସ୍ୱଚ୍ଛ ସର୍ବେକ୍ଷଣ ୨୦୨୪-୨୫ ହେଉଛି ବିଶ୍ୱର ସର୍ବବୃହତ ସହରାଞ୍ଚଳ ସ୍ୱଚ୍ଛତା ସର୍ଭେର ୯ମ ସଂସ୍କରଣ। ଏହି ଐତିହାସିକ କାର୍ଯ୍ୟକ୍ରମ ସ୍ୱଚ୍ଛ ଭାରତ ମିଶନ-ସହରାଞ୍ଚଳ (ଏସବିଏମ-ୟୁ)କୁ ଆଗକୁ ନେବା ପାଇଁ ସହରଗୁଡ଼ିକର ନିରନ୍ତର ପ୍ରୟାସକୁ ସ୍ୱୀକୃତି ଦେଇ ସହରାଞ୍ଚଳ ଭାରତର ସବୁଠାରୁ ସ୍ୱଚ୍ଛ ସହରଗୁଡ଼ିକୁ ପୁରସ୍କୃତ କରିବ। ଚଳିତ ବର୍ଷ, ଏହି ପ୍ରତିଷ୍ଠିତ ପୁରସ୍କାରଗୁଡ଼ିକ ୪ଟି ବର୍ଗରେ ପ୍ରଦାନ କରାଯିବ – କ) ସୁପର ସ୍ୱଚ୍ଛ ଲିଗ୍ ସହର (ଖ) ୫ଟି ଜନସଂଖ୍ୟା ବର୍ଗରେ ଶ୍ରେଷ୍ଠ ୩ଟି ସ୍ୱଚ୍ଛ ସହର, ସ୍ବତନ୍ତ୍ର ବର୍ଗ : ଗଙ୍ଗା ସହର, କ୍ୟାଣ୍ଟନମେଣ୍ଟ ବୋର୍ଡ, ସଫାଇ ମିତ୍ର ସୁରକ୍ଷା, ମହାକୁମ୍ଭ (ଘ) ରାଜ୍ୟସ୍ତରୀୟ ପୁରସ୍କାର – ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିଶ୍ରୁତିବଦ୍ଧ ସ୍ୱଚ୍ଛ ସହର। ଚଳିତ ବର୍ଷ ମୋଟ ୭୮ଟି ପୁରସ୍କାର ପ୍ରଦାନ କରାଯିବ।