ପଞ୍ଚଭୁତରେ ଲୀନ ହେଲେ ସଙ୍ଗୀତ ନିର୍ଦ୍ଦେଶ ସ୍ୱରୁପ ନାୟକ

 ପଞ୍ଚଭୂତରେ ଲୀନ ହେଲେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶ ସ୍ୱରୁପ ନାୟକ । କଟକ ସତୀଚୌରା ଶ୍ମଶାନରେ ପଞ୍ଚଭୂତରେ ଲୀନ ହେଲେ ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ।  ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସ୍ବରୁପ ନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ । ଗତକାଲି ତାଙ୍କର ପରଲୋକ ହୋଇଥିଲା । ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ, ଗୀତିକାର, ପ୍ରଚ୍ଛଦପଟ୍ଟ କଣ୍ଠଶିଳ୍ପୀ ତଥା ଅଭିନେତା ସ୍ବରୂପ ନାୟକ ।

ଓଡ଼ିଆ ଚଳଚ୍ଚିତ୍ର ଜଗତରେ ବିଭିନ୍ନ କ୍ଷେତ୍ରରେ ସେ ସକ୍ରିୟ ଥିଲେ |ବଡ଼ ଝିଅ ନିଭ୍ରିତୀ ନାୟକ ମୁଖାଗ୍ନି ଦେଇଛନ୍ତି।ଶେଷଦର୍ଶନ ପାଇଁ ସତୀଚୌରା ଶ୍ମଶାନରେ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଥିଲେ।ଫୁସ୍‌ଫୁସ୍‌ କର୍କଟ ରୋଗରେ ପୀଡ଼ିତ ଗତ କିଛି ଧରି ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ ।  ଶୁକ୍ରବାର ଅପରାହ୍ନରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ସ୍ୱରୂପ ।  ତାଙ୍କର ଦେହାନ୍ତ ପରେ ଓଲିଉଡ଼ ଜଗତରେ ଶୋକର ଛାୟା ଖେଳିଯାଇଛି । ସଙ୍ଗିତ କ୍ଷେତ୍ରରେ ଏକ ଅପୂରଣୀୟ ଶୁନ୍ୟସ୍ଥାନ ସୃଷ୍ଟି ହୋଇଛି ।

You might also like