ପଞ୍ଚାୟତ ନିର୍ବାହୀ ଅଧିକାରୀ ଗଣେଶ ପ୍ରସାଦ ମଲ୍ଲିକଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ।
ସାଲେପୁର ବ୍ଲକ ଚମ୍ପତି ଏବଂ ରାମକୃଷ୍ଣପୁର ଗ୍ରାମ ପଞ୍ଚାୟତରେ ଦାୟିତ୍ୱରେ ଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ଗଣେଶ ପ୍ରସାଦ ମଲ୍ଲିକ ଆଜି ଶୁକରବାର ଚାକିରିରୁ ଅବସର ନେଇଛନ୍ତି । ପଞ୍ଚାୟତର ଉନ୍ନତିରେ ତାଙ୍କର ବିଶେଷ ଭୂମିକା ଥିଲା । ସେ କାର୍ଯ୍ୟରତ ଥିବା ପଞ୍ଚାୟତ ଗୁଡ଼ିକର ବହୁ ଉନ୍ନତି ମୂଳକ କାର୍ଯ୍ୟ ହୋଇଥିଲା । ତାଙ୍କର ଅବସର ସମୟରେ ପଞ୍ଚାୟତର ବହୁ ବିଶିଷ୍ଟ ବ୍ୟକ୍ତି ବ୍ଲକ କର୍ମଚାରୀ ଏବଂ ସାଲେପୁର ବିଡ଼ିଓ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି । ଶ୍ରୀ ମଲ୍ଲିକ ଅବସର ପରେ ସମାଜ ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ ବୋଲି କହିଛନ୍ତି ।
