ପାନାବେଡ଼ା ମହାବିଦ୍ୟାଳୟରେ ମା ପାଇଁ ଗଛଟିଏ ଉଦଯାପନୀ ଉତ୍ସବ
ଚନ୍ଦାହାଣ୍ଡି- ତା 03.09 (ପୀତାମ୍ବର ସୋରୀ) ପାନାବେଡ଼ା ମହାବିଦ୍ୟାଳୟରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି l ପାନାବେଡ଼ା ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଦ୍ଵାରିକାନାଥ ବାଗ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ବିଜେପି ନେତା ଗୋବିନ୍ଦ ଜୈନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ବ୍ଲକ୍ ବିଜେପି ସଭାପତି ପ୍ରତାପ ବାଘ, ଚନ୍ଦାହାଣ୍ଡି ସମିତି ସଭ୍ଯ ପୌରଷ ମାଝୀ ଲକ୍ଷ୍ମଣ ମାଝୀ, କ୍ଷେମ ନାୟକ, ଗୁଞ୍ଚୁ ପୂଜାରୀ, କୁଞ୍ଜ ଭଇସାଲ , ଲଚ୍ଛିନ ବାଘ ପ୍ରମୁଖ ଯୋଗଦେଇଥିଲେ l ତେବେ ଆଜିର ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ଶତାଧିକ ଛାତ୍ରଛାତ୍ରୀମାନେ ଭାଗନେଇ ବୃକ୍ଷ ରୋପଣ କରିଥିବା ସହ ଏହାର ଯତ୍ନ ନେଇ ଏକ ସ୍ଵଚ୍ଛ ସବୁଜ ପରିବେଶ ଟିଏ ନିର୍ମାଣ ପାଇଁ ସମସ୍ତେ ଶପଥ ନେଇଥିବା ଦେଖିବାକୁ ମିଳିଥିଲା l ଗଚ୍ଛ ବଞ୍ଚିଲେ ଆମେ ବଞ୍ଚିବା ର ଉଦ୍ଦେଶ୍ୟ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଦ୍ଵାରା ଆଜି ସାରାଦେଶରେ ଆରମ୍ଭ ହୋଇଥିବା ବେଳେ ଏହା ପ୍ରତ୍ୟେକ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହୋଇ ଏକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଦ୍ଵାରା ଶୁଭାରମ୍ଭ ହୋଇ ପ୍ରତ୍ୟେକ ଙ୍କ ପାଖରେ ପହଞ୍ଚି କାର୍ଯ୍ୟକାରୀ ହୋଇ ଏକ ନୂତନ ଦିଗନ୍ତ ପ୍ରତି ଅଗ୍ରଗତି କରିବାକୁ ଯାଉଛି ବୋଲି ମୁଖ୍ୟ ଅତିଥି ଗୋବିନ୍ଦ ଜୈନ ନିଜ ବକ୍ତବ୍ୟରେ କହିଥିଲେ l ତେବେ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ପ୍ରାରମ୍ଭ ହୋଇଥିବା ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଗତ ତା 27.08 2024 ରୁ ପ୍ରାରମ୍ଭ ହୋଇ ଆଜି ସମାପନ ହୋଇଥିଲା l l
ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଇତିହାସ ଅଧ୍ୟାପକ ତଥା ଜାତୀୟ ସେବା ଯୋଜନା ଅଧିକାରୀ ମକର ନାୟକ ଙ୍କ ଦ୍ଵାରା ସମ୍ପାଦିତ କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟରେ ଅନେକ ପ୍ରକାର ବୃକ୍ଷ ରୋପଣ ସହ ତାହାର ସୁରକ୍ଷା ଓ ରକ୍ଷଣାବେକ୍ଷଣରେ ସମସ୍ତ ଛାତ୍ରଛାତ୍ରୀ ମାନେ କିଭଳି ଭାବେ କାର୍ଯ୍ୟ କରିବେ ଏଥିନେଇ ଅନୁଷ୍ଠିତ ସଭା ମାଧ୍ୟମରେ ପ୍ରକାଶ କରିଥିଲେ l ତେବେ ଆଜି ର ଉଦଯାପିତ ଦିବସରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଦ୍ଵାରିକାନାଥ ବାଗ ବୃକ୍ଷରୋପଣ ଓ ଏହାର ଉପକାରିତା ସମ୍ପର୍କରେ ଉପସ୍ଥିତ ଛାତଛାତ୍ରୀ ଙ୍କୁ ବୁଝାଇବା ସହ ମା ପାଇଁ ଗଛଟିଏ ଭଳି ଏକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ରେ ଯୋଗଦେଇ ଥିବା ଛାତ୍ରଛାତ୍ରୀମାନେ ଆଗକୁ ଏକ ସବୁଜ ସୁନ୍ଦର ପରିବେଶ ସ୍ରୁଷ୍ଟି ପାଇଁ ନିଜକୁ କିଭଳି ଭାଗୀଦାରୀ କରି ଏକ ସୁସ୍ଥ ସମାଜ ଗଠନ ପାଇଁ ନିଜକୁ ସାମିଲ୍ କରି ପାରିବେ ସେଥିନେଇ ନିଜ ବାର୍ତ୍ତା ରଖିଥିଲେ l
