ପାନୀୟ ଜଳ ଶିଳ୍ପ ଉଦ୍ଘାଟନ କଲେ ଜିଲ୍ଲାପାଳ
ଭଣ୍ଡାରିପୋଖରୀ,୦୪/୧୨ (ନିପ୍ର) : ଭଣ୍ଡାରିପୋଖରୀ ବ୍ଲକର ଛତାବର ଠାରେ ଏକ ୱେ.ଏନ୍ ପାନୀୟ ଜଳ ଶିଳ୍ପର ଶୁଭ ଉଦ୍ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କୁ ଶିଳ୍ପ ଏମ. ଡ଼ି. ସ୍ୱାଧୀନ ମହାପାତ୍ରଙ୍କ ଅଧ୍ୟକ୍ଷତା ରେ ଭଦ୍ରକ ଜିଲ୍ଲାପାଳ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ରାଉତ୍ ଯୋଗଦେଇ ଉଦ୍ଘାଟନ କରିଥିଲେ। ଭବିଷ୍ୟତରେ ଏହି ଶିଳ୍ପ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ସ୍ଥାନୀୟ ଯୁବକ ଓ ଯୁବତୀମାନଙ୍କ ପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବ ମତ ଦେଇ ଥିଲେ। ଅନ୍ୟତମ ଅତିଥି ଭାବେ ବିଜେପି ନେତା ବଦ୍ରି ନାରାୟଣ ଧଳ, ବିଶିଷ୍ଟ ସମାଜ ସେବୀଉତ୍କଳ କେଶରୀ ବିଶ୍ଵାଳ ଯୋଦଦେଇ ବିଭିନ୍ନ ମତ ଦେଇଥିଲେ। କାର୍ଯ୍ୟକ୍ରମ କୁ ସ୍ବରାଜ ମହାପାତ୍ର, ଖୁସ୍ ବୁ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ।
