ପୁରୀ ଜିଲ୍ଲା ର ବରିଷ୍ଠ ସାମ୍ବାଦିକ ତ୍ରିବିକ୍ରମ ମହାପାତ୍ର ଙ୍କ ପରଲୋକ।
ପବିତ୍ରଜାଗର ରେ ପୂର୍ବାହ୍ନ ରେ କୋଣାର୍କ ର ବରିଷ୍ଠ ସାମ୍ବାଦିକ ତଥା ପୁରିଜିଲ୍ଲା ପେଷାଦାର ସାମ୍ବାଦିକ ସଂଘ ର ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ରଙ୍କ ୬୫ ବର୍ଷ ବୟସରେ ହୃଦଘାତ ରେ ପରଲୋକ ହୋଇଯାଇଛି।ସୂଚନା ମୁତାବକ ଗତ ଦୁଇଦିନ ତଳେ ତାଙ୍କର ଦେହ ଅସୁସ୍ଥତା କୁ ନେଇ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସାଧୀନ ଥିଲା ବେଳେ ଗତକାଲି ଜାଗରର ସଖାଳୁ ତାଙ୍କର ନିଧନ ହୋଇଯାଇଛି ।ତାଙ୍କ ମରଶରୀର ନିକଟରେ ସାନପୁତ୍ର ସମ୍ପଦ ମହାପାତ୍ର, ଦୁର୍ଗାପ୍ରସାଦ ମହାପାତ୍ର ,ସ୍ତ୍ରୀ ସଂଧ୍ୟାରାଣୀ ମହାପାତ୍ର ,ଦୁଇ ପୁତ୍ରବଧୁ ଉପସ୍ଥିତ ରହିଥିଲେ ।ତାଙ୍କର ମୃତ୍ୟ ଖବର ପ୍ରଚାରିତ ହେବାମାତ୍ରେ ପୁରୀ ଜିଲ୍ଲା ସମେତ କୋଣାର୍କ,କାକଟପୁର, ଗୋପ ନିମାପଡା ଶୋକରଛାୟା ଖେଳିଯାଇଥିଲା।ସ୍ବର୍ଗତ ତ୍ରିବିକ୍ରମ ମହାପାତ୍ର ଦୀର୍ଘଦିନ ଧରି ନିର୍ଭୀକ ଭାବେ ସାମ୍ବାଦିକକତା କରି ଜିଲ୍ଲା ତଥା ରାଜ୍ୟ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ।
ସେ ପୁରୀ ଜିଲ୍ଲା ପେଶାଦାର ସାମ୍ୱାଦିକ ସଂଘର ସଭାପତି, ନିମାପଡ଼ା ମହାବିଦ୍ୟାଳୟର ପୂର୍ବତନ ଛାତ୍ରସଂସଦ ସଭାପତି, କୋଣାର୍କର ବିଭିନ୍ନ ସଂଗଠନ ସମେତ ବିଭିନ୍ନ ସାମ୍ୱାଦିକ ସଂଗଠନ ର କର୍ମକର୍ତ୍ତା ଭାବେ କାର୍ଯ୍ୟ କରି ପ୍ରଶଂସିତ ହୋଇ ଥିବା ବେଳେ ଗତକାଲି ତାଙ୍କର ମୃତ୍ୟୁ ହୋଇଛି।
ଭୁବନେଶ୍ୱର ରୁ ଏକ ସ୍ୱତନ୍ତ୍ର ସୁସଜ୍ଜିତ ଗାଡ଼ିରେ ତାଙ୍କ ମରଶରୀର କୁ ଏକ ଶୋଭା ଯାତ୍ରା ରେ ଅଣାଯାଇ ପ୍ରଥମେ ପିପିଲି , ନିମାପଡା, ଗୋପ ରେ ବିଭିନ୍ନ ସାମ୍ବାଦିକ ସଂଗଠନ ପକ୍ଷରୁ ପୁଷ୍ପମାଲ୍ୟ ଦିଆଯାଇ ଶ୍ରଦ୍ଧାଞ୍ଜଳି ଦିଆଯିବା ପରେ ଅପରାହ୍ଣ ରେ କୋଣାର୍କ ରେ ପହଁଛି ଥିଲେ ।
କୋଣାର୍କ ରେ ଏକ ଶୋଭାଯାତ୍ରା ରେ ପରିକ୍ରମା କରିବା ପରେ ନିଜସ୍ୱ ଗ୍ରାମ କୁରୁଜଙ୍ଗକୁ ଯାଇ ପରିକ୍ରମା କରିବା ପରେ କୋଣାର୍କ ରାଉଳପାଟଣା ନିକଟସ୍ଥ ନିଜ ବାସ ଗୃହକୁ ନିଆଯାଇ ଥିଲା । ପୂର୍ବରୁ ସେଠାରେ ଉପସ୍ଥିତ ଶତାଧିକ ମାନ୍ୟଗଣ ବ୍ୟକ୍ତି ଙ୍କ ସମେତ ରାଜ୍ୟ ଉତ୍କଳ ସାମ୍ବାଦିକ ସଂଘ ର ସମ୍ପାଦକ ପୂର୍ଣଚନ୍ଦ୍ର ନାୟକ, ବିଜୟ କୁମାର ମହାପାତ୍ର,କାକଟପୁର ପ୍ରେସକ୍ଲବ ର ସଭାପତି କମଳ ଲୋଚନ ଦୀକ୍ଷିତ,ପୁରୀ ଜିଲ୍ଲା ସାମ୍ୱାଦିକ ସଂଘ ର ସଭାପତି ଓ କୋଣାର୍କ ର ବିଭିନ୍ନ ସାମ୍ବାଦିକ ସଂଗଠନ କୋଣାର୍କ ମିଡିଆ ଫୋରମ,କୋଣାର୍କ ସାମ୍ବାଦିକ ସଂଘ,ବ୍ଲାକ ପାଗୋଡ଼ା ମିଡିଆ ଫୋରମ ଓ କୋଣାର୍କ ପ୍ରେସକ୍ଲବ ର କର୍ମକର୍ତ୍ତା ମାନେ ତାଙ୍କର ମରଶରୀର ରେ ପୁଷ୍ପମାଲ୍ୟ ଦେଇ ଅମର ଆତ୍ମାର ସଦଗତି କାମନା କରି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଜଗନ୍ନାଥ ସହାୟ ହେବାକୁ ପ୍ରାଥନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।ପରେ ପୁରୀ ସ୍ୱର୍ଗଦ୍ୱାର ଅଭିମୁଖେ ଯାଇ ସେଠାରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା ।ସାନପୁତ୍ର ସମ୍ପଦ ମହାପାତ୍ର ମୁଖାଗ୍ନି ଦେଇଥିଲେ। କୋଣାର୍କ ରୁ ପ୍ରକାଶ କାଣ୍ଡି
