ପୁଷ୍କରା ବାୟାକୁ ଅଭିନନ୍ଦନ ଜଣାଇଲେ ଅନନ୍ୟା ପରିବାର

ଓଡ଼ିଆ ସାହିତ୍ୟରୁ ସିନେମା। ଓଡ଼ିଆ ଘରର ସଂସ୍କୃତି ସହ ନିଚ୍ଛକ ଓଡ଼ିଆ ଘରର କାହାଣୀକୁ ନେଇ ନିର୍ମିତ ହୋଇଥିବା ଚଳଚ୍ଚିତ୍ର ପୁଷ୍କରା ସାରା ଓଡ଼ିଶାରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଥିବା ବେଳେ ଦର୍ଶକ ମାନଙ୍କୁ ପ୍ରେକ୍ଷାଳୟକୁ ଟାଣି ଆଣିଛି। ସିନେମା ନିର୍ମାତା ମାନଙ୍କୁ ମଧ୍ୟ ନୂତନ ଦିଶା ଦେଖାଇଛି। ଦର୍ଶକଙ୍କ ମତ ଅନୁଯାୟୀ ଅଭିନେତା ସବ୍ୟସାଚୀଙ୍କ ଅଭିନୟ ଶୈଳୀ ଅତି ନିଖୁଣ ହୋଇଥିବା କାରଣରୁ ସିନେମାଟି ତିନି ସପ୍ତାହ ପାଖାପାଖି ବ୍ୟବସାୟିକ ସଫଳତା ପାଇଲାଣି।ଏହି ସଫଳତା ପାଇଁ ନୟାଗଡ଼ ଅନନ୍ୟା ଫାଉଣ୍ଡେସନର ସଦସ୍ୟମାନେ ସବ୍ୟସାଚୀଙ୍କୁ ଭୁବନେଶ୍ୱରରେ ଭେଟି ଶୁଭେଚ୍ଛା ଜଣାଇଛନ୍ତି।

You might also like