ପ୍ରଥମ ଚିକନଗୁନିଆ ଭାଇରସ୍ ଭାକ୍ସିନକୁ ମିଳିଲା ମଞ୍ଜୁରୀ

ଆମେରିକାର ସ୍ୱାସ୍ଥ୍ୟ ଅଧିକାରୀମାନେ ଗୁରୁବାର ବିଶ୍ୱର ପ୍ରଥମ ଚି଼କୁନଗୁନିୟା ଭାଇରସ ଟିକାକୁ ଅନୁମତି ଦେଇଛନ୍ତି। ଏହି ଭୂତାଣୁ ସଂକ୍ରମିତ ମସାଙ୍କ ଦ୍ୱାରା ବ୍ୟାପିଥାଏ। ଯାହା ଏକ ବୈଶ୍ୱିକ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଥିଲା।  ଫୁଡ ଆଣ୍ଡ ଡ୍ରଗ୍ ଆଡମିନେଷ୍ଟ୍ରେସନ (ଏଫଡିଏ) କହିଛନ୍ତି ଯେ ୟୁରୋପର ଭଲନେଭା ଏହି ଭାକ୍ସିନକୁ ପ୍ରସ୍ତୁତ କରିଛନ୍ତି।  ଏହି ଭାକ୍ସିନକୁ ‘ଇକ୍ସଚିକ୍‌’ ନାମରେ ନାମିତ କରାଯାଇଛି।

ଏହାକୁ ୧୮ ବର୍ଷ ଓ ଏହାଠୁ ଅଧିକ ବୟସ୍କଙ୍କୁ ଦିଆଯିବ।ଚି଼କୁନଗୁନିୟା ଟିକା ସମ୍ବନ୍ଧରେ ଉତ୍ତର ଆମେରିକାର ୩୫୦୦ ଲୋକଙ୍କ ଉପରେ ଦୁଇଟି କ୍ଲିନିକାଲ୍ ପରୀକ୍ଷା କରାଯାଇଥିଲା। ଏହି ଅବଧିରେ ମୁଣ୍ଡବ୍ୟଥା, ଥକାପଣ, ମାଂସପେଶୀ ଏବଂ ଗଣ୍ଠି ଯନ୍ତ୍ରଣା, ଜ୍ୱର ଏବଂ ବାନ୍ତି ଆଦି କମିଯାଇଛି। ଇକ୍ସଚିକ୍‌ ଭାକ୍ସିନ ପରୀକ୍ଷାରେ ଏହି ଟିକା ନେଇଥିବା ୧.୬ ପ୍ରତିଶତଙ୍କଠାରେ ଗୁରୁତର ପ୍ରତିକ୍ରିୟା ଦେଖାଯାଇଛି। ଯେଉଁଥିରେ ଦୁଇ ଜଣଙ୍କୁ ହସ୍ପିଟାଲରେ ଭର୍ତି କରିବାର ଆବଶ୍ୟକତା ପଡିଥିଲା।

You might also like