ବଡ଼ ଭାଇ ର ବନ୍ଧୁକ ଚୋଟ ରେ ସାନ ଭାଇଙ୍କ ମୃତ୍ୟୁ

HR tv ଓଡ଼ିଆ / କଳାହାଣ୍ଡି (ଶେଖର ସୁମନ ଦାଶ ) : କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଥାନା ବେଡା ଗାଁ ପଂଚାୟତ ଦେହଡା ଗାଁ ର ସାନ ଭାଇ ପୂର୍ଣ୍ଣ ମାଝୀ (35)ଙ୍କୁ ତାଙ୍କର ନିଜ ବଡ଼ ଭାଇ କୃଷ୍ଣ ମାଝୀ ଏକ ଦେସୀ ବନ୍ଧୁକରୁ ପଏଣ୍ଟ ବ୍ଲାଙ୍କରେ ଗୁଳି ଚଳାଇ ହତ୍ୟା କରିଛି l ସୂଚନା ଅନୁସାରେ, ବର୍ଷକ ପୂର୍ବେ କୃଷ୍ଣ ମାଝୀ ଓ ପୂର୍ଣ୍ଣ ମାଝୀ ଙ୍କ ମଧ୍ୟରେ କୌଣସି କଥା କଟା କୁ ନେଇ ପାଟି ତୁଣ୍ଡ ହୋଇଥିଲା l ଏଥିରେ ରାଗି ଯାଇ ବଡ଼ ଭାଇ କୃଷ୍ଣ କୁ ମୃତକ ପୂର୍ଣ୍ଣ ଚାପୁଡ଼ା ଟିଏ ଦେଇ ଥିଲା l ତେବେ ଏହାକୁ ନେଇ ସେ ମାନଙ୍କ ଭିତରେ ବୁଝା ବଣା ହେଇ ଥିଲେ ହେଁ ମନରେ ରାଗ ରଖି ଥିଲା କୃଷ୍ଣ l ଦୀର୍ଘ ଦିନରୁ ସୁଯୋଗ ଖୋଜୁ ଥିବା କୃଷ୍ଣ ଶୁକ୍ରବାର ରାତି ପ୍ରାୟ 8 ଟା ସମୟରେ ପୂର୍ଣ୍ଣ ଖାଇ ପିଇ ସୋଇ ଥିବା ବେଳେ ଘର ଭିତରକୁ ପଶି ଏକ ଦେସୀ ବନ୍ଧୁକକୁ ସିଧା ରଖି ଗୁଳି ଚଳାଇ ଦେବାରୁ ଘଟଣାସ୍ଥଳ ରେ ହିଁ ପୂର୍ଣ୍ଣ ର ମୃତ୍ୟୁ ଘଟି ଥିଲା l ଏ ସମ୍ପର୍କ ରେ ଖବର ପାଇ ବିଶ୍ୱନାଥପୁର ଥାନାଧିକାରୀ ମମତା ହେମ୍ବ୍ରମ ଙ୍କ ନେତୃତ୍ୱ ରେ ଏସ.ଆଇ ବୁଦ୍ଧି ରାମ ମାଝୀ, ବୁଦ୍ଧେଶ୍ୟାମ ମାଝୀ ପ୍ରମୁଖ ଘଟଣା ସ୍ଥଳ ରେ ପହଞ୍ଚି ଶବ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛନ୍ତି l

ଏହାପରେ ଘଟଣା ସ୍ଥଳ ରେ କେସିଙ୍ଗା ଏସ. ଡି. ପି. ଓ ମନୋଜ କୁମାର ମାଝୀ, କେ ନାଇଟ ସ୍କୁଆଡ଼ ପ୍ରମୁଖ ପହଞ୍ଚି ମୃତ ଦେହ ଯାଞ୍ଚ କରିବା ପରେ ଶବ ବ୍ୟବଛେଦ ପାଇଁ ଲାଞ୍ଜିଗଡ ପଠାଯାଇ ଥିବା ସୂତ୍ର ରୁ ପ୍ରକାଶ l କେସ ନମ୍ବର 9/8,2025,ଅଣ୍ଡର ସେକ୍ସନ 103 ବି. ଏନ. ଏସ. ଆର ଆକ୍ଟ ରେ ଏକ ମାମଲା ରୁଜୁ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି l ଏହି ଘଟଣା ର ମୁଖ୍ୟ ଅଭିଯୁକ୍ତ ବଡ଼ ଭାଇ କୃଷ୍ଣ ମାଝୀ କୁ ଗିରଫ କରିବା ସହିତ ହତ୍ୟା କାଣ୍ଡ ରେ ବ୍ୟବହୃତ ବନ୍ଧୁକ କୁ ଜବତ କରିଛି ପୋଲିସ l

You might also like