ବଢ଼ିଲା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡ଼ୁଆ

କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ବିରୋଧରେ ଅସଦାଚରଣ ମାମଲା । ସୌରୀନଙ୍କ ଆଗୁଆ ଜାମିନ ଆଵେଦନ ଖାରଜ କଲେ ହାଇକୋର୍ଟ ।ଜଣେ ଯୁବତୀଙ୍କୁ ଧମକ ଚମକ ଦେଇ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି।  ସୌରୀନଙ୍କ ଅନ୍ତରୀଣ ସୁରକ୍ଷା ମଧ୍ୟ ହଟାଇଦେଲେ ହାଇକୋର୍ଟ ।

ମାମଲାର ତଦନ୍ତରେ ସୌରୀନଙ୍କ ସକ୍ରିୟ ଉପସ୍ଥିତି ପାଇଁ କହିଲେ ହାଇକୋର୍ଟ । କେସ୍ ଡାଏରୀରେ ଘଟଣାରେ ସୌରୀନଙ୍କ ସମ୍ପୃକ୍ତିର ସୂଚନା ମିଳିଛି । ୨୦୧୬ ମସିହାରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ରହିଛି। ପୀଡ଼ିତାଙ୍କ ୧୬୪ ଧାରାରେ ବୟାନ ରେକର୍ଡ ଏବଂ ପ୍ରାରମ୍ଭିକ ତଦନ୍ତରୁ ଏହା ସ୍ପଷ୍ଟ ହୋଇଛି। ଏସବୁକୁ ଦୃଷ୍ଟିରେ ରଖି ପୂର୍ଣ୍ଣାଙ୍ଗ ତଦନ୍ତ ପାଇଁ ସୌରିନଙ୍କ ଉପସ୍ଥିତି ଆବଶ୍ୟକ ଦର୍ଶାଇ ହାଇକୋର୍ଟ ତାଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଥିବା ଜଣାପଡ଼ିଛି।

You might also like