ବଢିବ ନାହିଁ EMI ,୫.୫ ପ୍ରତିଶତରେ ସ୍ଥିର ରେପୋ ରେଟ୍

ଲଗାତାର ଦ୍ବିତୀୟ ଥର ଅପରିବର୍ତ୍ତିତ ରହିଛି ରେପୋ ରେଟ୍‌ । ବଢିବନି ସୁଧହାର । ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ କରିନି ଭାରତୀୟ ରିଜର୍ଭ ବ୍ୟାଙ୍କ । ରେପୋ ରେଟ୍‌ ୫.୫%ରେ ଅପରିବର୍ତ୍ତିତ ରହିଛି ।ଏହି ନିଷ୍ପତ୍ତି ବିଶ୍ୱ ଆର୍ଥିକ ଅନିଶ୍ଚିତତା ସମୟରେ ଆସିଛି। ଘରୋଇ ସ୍ତରରେ, GST ସଂସ୍କାର ଏବଂ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ଭଳି ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ। ବଜାର ଆଶା କରିଥିଲା ଯେ ଏଥର RBI ସତର୍କତା ଅବଲମ୍ବନ କରିବ।ବର୍ତ୍ତମାନ ଋଣ ଏବଂ EMI ଋଣଗ୍ରହୀତାଙ୍କ ପାଇଁ କୌଣସି ଆଶ୍ୱସ୍ତି ମିଳିବ ନାହିଁ, କାରଣ ସୁଧ ହାର ଅପରିବର୍ତ୍ତିତ ରହିବ। ବ୍ୟାଙ୍କଗୁଡ଼ିକର ଋଣ ଖର୍ଚ୍ଚରେ ମଧ୍ୟ କୌଣସି ପରିବର୍ତ୍ତନ ହେବ ନାହିଁ।