ବଲିଉଡ ଅଭିନେତ୍ରୀ ଇଲିଆନା ଡି’କ୍ରୁଜ । ସେ ତାଙ୍କ ଗର୍ଭଧାରଣକୁ ନେଇ ଚର୍ଚ୍ଚାରେ ଅଛନ୍ତି। 

ଅଭିନେତ୍ରୀ ଇଲିଆନା ଡି’କ୍ରୁଜ ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। କିଛି ଦିନ ପୂର୍ବରୁ ଗର୍ଭଧାରଣ ବିଷୟରେ ସେ ଘୋଷଣା କରିଥିଲେ। ସେବେଠାରୁ ସମସ୍ତେ ଜାଣିବାକୁ ଆଗ୍ରହୀ ଥିଲେ ଗର୍ଭସ୍ଥ ଶିଶୁର ପିତା କିଏ? ଶେଷରେ ଇଲିଆନା ସେହି ମିଷ୍ଟ୍ରି ମ୍ୟାନ୍‌ଙ୍କ ମୁହଁ ଦେଖାଇଛନ୍ତି। ଇଲିଆନା ତାଙ୍କ ଇନଷ୍ଟାଗ୍ରାମ ଷ୍ଟାଟସରେ ପ୍ରେମିକାଙ୍କ ସହ ‘ଡେଟ୍‌ ନାଇଟ୍‌’ର ରୋମାଣ୍ଟିକ ଫଟୋ ଶେୟାର କରିଛନ୍ତି

।ଅଭିନେତ୍ରୀ ତାଙ୍କ ଇନଷ୍ଟାଗ୍ରାମର ଷ୍ଟୋରୀରେ ତାଙ୍କ ପାର୍ଟନର ସହ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ଦୁହେଁ ଡିନର ଡେଟ୍‌ରେ ଯାଇଥିଲେ । ସେଠାରେ ଦୁହିଁଙ୍କର କ୍ଲୋଜି ରୋମାଣ୍ଟିକ ଫଟୋ ଦେଖିବାକୁ ମିଳିଥିଲା । ଯେଉଁଥିରେ ସେ କ୍ୟାପସନରେ ଡେଟ୍‌ ନାଇଟ୍‌ ଲେଖିଥିଲେ । ମାଆ ହେବା ପୂର୍ବରୁ ସେ ବେବିର ପିତାକୁ ସାରା ଦୁନିଆ ସାମ୍ନରେ ରିଭଲ୍‌ କରିଛନ୍ତି।

You might also like