ବଲିଉଡ ଖିଲାଡି ବୟ ଅକ୍ଷୟ କୁମାରଙ୍କ ଶିବ ତାଣ୍ଡବ
ସଂପ୍ରତି ବିବାଦରେ ଅକ୍ଷୟ କୁମାର ଏବଂ ପଙ୍କଜ ତ୍ରିପାଠୀଙ୍କ ଅଭିନୀତ ଫିଲ୍ମ OMG 2। ଏହାର କିଛି ଦୃଶ୍ୟକୁ ନେଇ କେନ୍ଦ୍ରୀୟ ଫିଲ୍ମ ପ୍ରାମାଣିକ ବୋର୍ଡ(ସିବିଏଫସି) ଫିଲ୍ମକୁ ମଞ୍ଜୁରୀ ଦେଇ ନ ଥିଲା। ଏହା ପରେ ଫିଲ୍ମକୁ ପୁନର୍ବାର ସମୀକ୍ଷା ପାଇଁ ରିଭାଇଜିଂ କମିଟିକୁ ପଠାଯାଇଛି। ଫିଲ୍ମରେ ଏମିତି କିଛି ଦୃଶ୍ୟ ରହିଛି, ଯାହାକୁ ନେଇ ଆପତ୍ତି ଉଠିପାରେ। ଫିଲ୍ମ ଅଗଷ୍ଟ ୧୧ ତାରିଖରେ ସିନେମାଘରକୁ ଆସିବାକୁ ପ୍ରସ୍ତୁତ।
ଏହାର ଟ୍ରେଲର ରିଲିଜ ସରିଛି। ଗୁରୁବାର ଏହି ମୁଭିର ଏକ ଗୀତ ହର ହର ମହାଦେବ ରିଲିଜ ହୋଇଛି। ଶ୍ରାବଣ ମାସରେ ଏହି ଗୀତ ଦର୍ଶକ ତଥା ଶ୍ରୋତାଙ୍କୁ ଶିବଭକ୍ତିରେ ବୁଡାଇ ଦେବ ନିଶ୍ଚିତ। ଗୀତରେ ଅକ୍ଷୟ କୁମାର ଶିବ ତାଣ୍ଡବ ପରଫର୍ମ କରୁଥିବା ନଜର ଆସିଛି। ସୋସିଆଲ ମିଡିଆରେ ଏହି ଗୀତକୁ ନେଇ ଚର୍ଚ୍ଚା ହେଉଛି।
