ବାତ୍ୟା ଓଡିଶାରେ ପହଞ୍ଚିଲା ବେଳେ ଦୁର୍ବଳ ହୋଇ ଯିବ: ମୃତ୍ୟୁଞ୍ଜୟ ମହାପାତ୍ର
ଓଡିଶାରେ ପହଞ୍ଚିଲା ବେଳକୁ ବାତ୍ୟା ଦୁର୍ବଳ ହୋଇଥିବ । ଏନେଇ ଏଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଲ୍ୟାଣ୍ଡଫଲ ବେଳେ ଭୀଷଣ ବାତ୍ୟା, ଓଡିଶାରେ ପହଞ୍ଚିଲା ବେଳେ ଦୁର୍ବଳ ହୋଇଯିବ । ଦକ୍ଷିଣ ଓଡିଶା ଦେଇ ଛତିଶଗଡ ମୁହାଁ ହେବ ବାତ୍ୟା । ମାଲକାନଗିରି, ଗଞ୍ଜାମ, ଗଜପତି, ରାୟଗଡାରେ ପ୍ରଭାବ ପଡିବ । କନ୍ଧମାଳ , କଳାହାଣ୍ଡି ଓ ନବରଙ୍ଗପୁରରେ ମଧ୍ୟ ପ୍ରଭାବ ପଡିବ । ଓଡିଶାରେ ବାତ୍ୟା ଦୁର୍ବଳ ହେଉଥିବାରୁ ୬୦ରୁ ୭୦ କିମି ପବନ ବହିବ । ୨୮ ରାତିରୁ ୨୯ ସକାଳ ଭିତରେ ବେଶୀ ପ୍ରଭାବ ରହିବ ।ଛତିଶଗଡ଼ରେ ବର୍ଷା ହେଲେ ମହାନଦୀ ଜଳସ୍ତର ବଢ଼ିପାରେ। ଏହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରରୁ ଜଳ ଛାଡ଼ିବା ଆରମ୍ଭ କଲେଣି। ବିଭିନ୍ନ ବିଭାଗ ପକ୍ଷରୁ ୨୪ ଘଣ୍ଟିଆ ହେଲପ ଲାଇନ ନମ୍ବର ଜାରି ହୋଇଛି । ପାଖାପାଖି ୨୦୦ ଗର୍ଭବତୀଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବର୍ଷା ସମୟରେ କଚ୍ଚା ଘରେ ନ ରହି ବାତ୍ୟା ଆଶ୍ରୟସ୍ଥଳରେ ରହିବାକୁ ପରାମର୍ଶ ଦିଆ ଯାଇଛି।
