ବାୟୁସେନା ଯୁଦ୍ଧ ବିମାନ MiG-29 ରାଜସ୍ଥାନର ବାଡମେରରେ ଦୁର୍ଘଟଣାଗ୍ରସ୍ତ ହୋଇଛି।

ବାୟୁସେନାର ଟ୍ରେନିଂବେଳେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ବାର୍ମେର ସେକ୍ଟରରେ ବାୟୁସେନାର ଏମଆଇଜି-୨୯ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ବୈଷୟିକ ତ୍ରୁଟି ଦେଖି ପାଇଲଟ ସୁରକ୍ଷିତ ଅବତରଣ କରିଥିବା ସୂଚନା ମିଳିଛି। ସୋମବାର ରାତି ପ୍ରାୟ ୧୦ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇଥିବା ଜଣାପଡ଼ିନାହିଁ।