ବିଗିଡିଲା ଖାର୍ଗେଙ୍କ ସ୍ବାସ୍ଥ୍ୟାବସ୍ଥା:ଅସୁସ୍ଥତା ପାଇଁ ବେଙ୍ଗାଲୁରୁରେ ଚାଲିଛି ଚିକିତ୍ସା
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଅସୁସ୍ଥ । ସ୍ବାସ୍ଥ୍ୟାବସ୍ଥା ଖରାପ ଯୋଗୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଚିକିତ୍ସା କରୁଛନ୍ତି । ମଲ୍ଲିକାର୍ଜୁନ ଖଡଗେଙ୍କ ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ଡାକ୍ତର କହିଛନ୍ତି ।କୁହାଯାଉଛି ଯେ, ମଙ୍ଗଳବାର ରାତିରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଥିଲା। ଏହା ପରେ ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି। ହସ୍ପିଟାଲ ପ୍ରଶାସନ ଖୁବ୍ ଶୀଘ୍ର ଏକ ବିସ୍ତୃତ ମେଡିକାଲ୍ ବୁଲେଟିନ୍ ଜାରି କରିବ ବୋଲି ଆଶା କରାଯାଉଛି। ଦଳୀୟ ନେତାମାନେ ଜୋର ଦେଇ କହିଛନ୍ତି ଯେ, ଚିନ୍ତାର କୌଣସି କାରଣ ନାହିଁ। କିନ୍ତୁ ଖଡଗେଙ୍କ ଅବସ୍ଥା ସମ୍ପୂର୍ଣ୍ଣ ସ୍ଥିର ନହେବା ପର୍ଯ୍ୟନ୍ତ ସେ ଡାକ୍ତରଙ୍କ ନିରୀକ୍ଷଣରେ ରହିବେ।
