ବିଜେଡି ନେତା ଦିଲ୍ଲୀପ ନାୟକ ଗିରଫ

ବିଜେଡି ନେତା ଦିଲ୍ଲୀପ ନାୟକ ଗିରଫ । ୨୦୨୪ ନିର୍ବାଚନରେ ନିମାପଡ଼ା ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ହୋଇଥିବା ଦିଲ୍ଲୀପ ନାୟକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ବା ଇଓଡବ୍ଲୁ । ନିମାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡ଼ି ପ୍ରାର୍ଥୀ ଥିଲେ ଦିଲ୍ଲୀପ । ୨୦୨୪ ନିର୍ବାଚନର ସେ ବିଜେଡିର ପ୍ରାର୍ଥୀ ହୋଇଥିଲେ । ଜମିଜମା ଠକେଇ ନେଇ ରେଡ କରିଥିଲା EOW ।ପୁରୀର ଜଣେ ବ୍ୟକ୍ତିଙ୍କୁ ଜମି ଯୋଗାଇବାକୁ କହି ଦିଲ୍ଲୀପ ୭ କୋଟି ଟଙ୍କା ଆଣିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଜମି ଦେଇ ନଥିଲେ। ଟଙ୍କା ଫେରସ୍ତ ପାଇଁ ପରବର୍ତ୍ତୀ ସମୟରେ ଏକ ଚୁକ୍ତି ବି କରିଥିଲେ। କିନ୍ତୁ ସେ ଚୁକ୍ତି ବି ଖିଲାପ କରିଥିଲେ। ଏ ସଂକ୍ରାନ୍ତରେ ୨୦୨୩ରେ ବାଦାମବାଡ଼ି ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ପରବର୍ତ୍ତୀ ସମୟରେ ଇଓଡବ୍ଲ୍ୟୁ ଏହି ଘଟଣାର ତଦନ୍ତ ଦାୟିତ୍ବ ନେଇଥିଲା। ତଦନ୍ତ ସମୟରେ ଠକେଇ ସମ୍ପର୍କିତ ଅଭିଯୋଗର ପ୍ରମାଣ ମିଳିଥିଲା। ଶୁକ୍ରବାର ଇଓଡବ୍ଲ୍ୟୁ ଡିଆଇଜି ସାର୍ଥକ ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ୍ ଦିଲ୍ଲୀପଙ୍କ ଘରେ ଚଢ଼ଉ କରିଥିଲା।ଆଜି ଗିରଫ କରାଯାଇଛି ।