ବିଧାନସଭାରେ ଉଠିଲା ବ୍ଲାକରୋଜ ବୁଡିବା ପ୍ରସଙ୍ଗ
ମଙ୍ଗଳବାର ବିଧାନସଭାରେ ‘ବ୍ଲାକ ରୋଜ୍’ ପ୍ରସଙ୍ଗ ଉଠାଇଛନ୍ତି ଜଗତସିଂହପୁର ବିଜେପି ବିଧାୟକ ଅମରେନ୍ଦ୍ର ଦାସ ।ଖଣି ବିଭାଗ ଖର୍ଚ୍ଚ ଦାବି ସମୟରେ ବିବୃତି ରଖିବା ବେଳେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ପ୍ରଶ୍ନ କରିଥିଲେ ଯେ, ପାରାଦୀପରେ ବୁଡିଥିବା ବ୍ଲାକ ରୋଜ ଜାହାଜ କାହାର? କାହାର ଲୁହା ପଥର ସେଥିରେ ଚୋରା ଚାଲାଣ ହେଉଥିଲା?
ଜାହାଜର କ୍ୟାପେଟନଙ୍କ ମୃତ୍ୟୁ ହୋଇଛି ନା ତାଙ୍କୁ ହତ୍ୟା କରାଯାଇଛି? ଜାହାଜ ବୁଡ଼ିବା ପରେ ସେଥିରୁ କେତେ ଲୋକ ଉଦ୍ଧାର ହୋଇଥିବା ନେଇ ପ୍ରଶ୍ନ କରିଥିଲେ ବିଧାୟକ। ଏହାର କାର୍ଯ୍ୟାନୁଷ୍ଠାନ ହେଉ ବୋଲି ସେ ରାଜ୍ୟର ନୂଆ ସରକାରଙ୍କୁ ଅନୁରୋଧ କରିଥିଲେ ।
