ବିଳାଶପୂର୍ଣ୍ଣ କାର୍ କିଣିଲେ ଆଲିଆ ଭଟ୍ଟ
ନବରାତ୍ରର ଶୁଭ ଅବସରରେ ଆଲିଆ ଏକ ନୂତନ କାର କିଣିଛନ୍ତି। ଏହି ବିଳାସପୂର୍ଣ୍ଣ କାରର ଭିଡିଓ ଏବଂ ଫଟୋ ଏବେ ସାମ୍ନାକୁ ଆସିଛି।ନିକଟରେ ସୋସିଆଲ ମିଡିଆରେ ଆଲିଆଙ୍କ ନୂଆ କାରର ଏକ ଭିଡିଓ ଶେୟାର କରିଛନ୍ତି। ଖବର ଅନୁଯାୟୀ, ଆଲିଆ ରେଞ୍ଜ ରୋଭରର ଅଟୋବାୟୋଗ୍ରାଫି ଲଙ୍ଗ ହ୍ବିଲ ବେସ୍ କିଣିଛନ୍ତି। ଏହି ନୂତନ ମଡେଲର ମୂଲ୍ୟ ୩.୮୧ କୋଟି ଟଙ୍କା ବୋଲି କୁହାଯାଉଛି। ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଅଭିନେତ୍ରୀ ତାଙ୍କ କାରକୁ ପୂଜା କରି ଆଣିଛନ୍ତି। ଏହାର ଭିଡିଓରେ ତାଙ୍କ ଫ୍ୟାନ୍ସମାନେ ଶୁଭେଚ୍ଛା ଦେବା ସହ ଖୁବ୍ କମେଣ୍ଟ ମଧ୍ୟ କରୁଛନ୍ତି ।
