ବେଆଇନ୍ ବାଲି ଟ୍ରାକ୍ଟର ଚକା ତଳେ ଚାଲିଗଲା କଲେଜ୍ ଛାତ୍ରୀ ର ଜୀବନ
ଭଣ୍ଡାରିପୋଖରୀ, ୦୪/୧୨ (ନିପ୍ର) : ଆଜି ଭଣ୍ଡାରିପୋଖରୀ ବ୍ଲକର ବୟାବନାପୂର୍ ପଞ୍ଚାୟତର ତାଳପଦା ଗ୍ରାମର ଗୟାଧର ପଣ୍ଡାଙ୍କ ଝିଅ ଶ୍ରଦ୍ଧାଞ୍ଜଳି ପଣ୍ଡା (୧୮) କଲେଜ୍ ଛାତ୍ରୀ ହାଇ ଲେବୁଲ କେନାଲ ରାସ୍ତା ଦେଇ ସାଇକେଲ ନେଇ କଲେଜ୍ ଯାଉଥିବା ବେଳେ ବାଟରେ ଅଚାନକ ଭାବେ ବେଆଇନ୍ ବାଲି ଗାଡ଼ି ଧକ୍କା ଦେଇ ଦେଇଥିଲା। ସେଠାରେ ଅନ୍ୟ ବିଦ୍ୟାର୍ଥୀ ମାନେ ଜୋର୍ ରେ ଡାକ ପକାଇବାରୁ ଗ୍ରାମ ବାସୀମନେ ଟ୍ରାକ୍ଟର ଗାଡ଼ିକୁ ଅଟକାଇ ରଖିବା ସହିତ ଶ୍ରଦ୍ଧାଞ୍ଜଳି କୁ ମେଡିକାଲ ଗ୍ରାମବାସୀ ଏବଂ ବିଦ୍ୟାର୍ଥୀ ମାନେ ନେଇ ଆସିଥିଲେ। ସେଠାରେ ଭଣ୍ଡାରିପୋଖରୀ ମେଡିକାଲ ତରଫରୁ ଶ୍ରଦ୍ଧାଞ୍ଜଳି କୁ ମୃତ ଘୋଷଣା କରିଥିଲେ।

ଶ୍ରଦ୍ଧାଞ୍ଜଳି ଭଣ୍ଡାରିପୋଖରୀ କଲେଜ୍ ରେ ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷ (କଳା) ରେ ଅଧ୍ୟୟନ କରୁଥିବା ଜଣାପଡିଛି।କଲେଜ୍ ବିଦ୍ୟାର୍ଥୀ ମାନେ ତାଙ୍କର ସହପାଠୀ କୁ ହରାଇ ଦୁଃଖ ପ୍ରକାଶ କରିବା ସହିତ କିପରି ସେମାନେ ସୁରକ୍ଷିତରେ ପାଠ ପଢିବା ପାଇଁ ରାସ୍ତା ରେ ଆସିବେ ସେଥିଲାଗି ରାସ୍ତାରେ ଆନ୍ଦୋଳନ କରିଥିଲେ ଏବଂ ସେଠାରେ ପ୍ରଶାସନ ତରଫରୁ ଆଇନ ଆରକ୍ଷୀ ତ୍ରିଲୋଚନ ସେଠୀ ଙ୍କ ସମେତ ଭଣ୍ଡାରିପୋଖରୀ ଥାନା ଅଧିକାରିଣୀ ସେଠାରେ ପହଞ୍ଚି ପିଲା ମାନଙ୍କୁ ବୁଝାସୁଝା କରିଥିଲେ। ଶ୍ରଦ୍ଧାଞ୍ଜଳି ପଣ୍ଡାଙ୍କ ପରିବାର ଓ ପିଲାମାନଙ୍କର ଦାବି କୁ ମଧ୍ୟ ଶ୍ରୀ ସେଠୀ ମାନି ନେଇଥିଲେ। ମୃତ ଛାତ୍ରୀଙ୍କ ପରିବାରକୁ ଭଦ୍ରକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ରେଡକ୍ରସ୍ ପାଣ୍ଠି ରୁ ୩୦,୦୦୦/- ଟଙ୍କା ପ୍ରଦାନ କରାଇବା ସମେତ ଶ୍ରଦ୍ଧାଞ୍ଜଳି ପଣ୍ଡାଙ୍କ ଭାଇ କୁ ମାସିକ ୪୦୦୦/- ଟଙ୍କା ପାଠପଢ଼ା ବାବଦକୁ ପ୍ରଦାନ କରାଇବା ଓ କିପରି ସେ ଦୁର୍ଘଟଣା ଜନିତ ବିମା ରାଶି ପାଇ ପାରିବେ ସେପ୍ରତି ଧ୍ୟାନ ଦେବେ ବୋଲି ଶ୍ରୀ ସେଠୀ ମତ ପ୍ରକାଶ କରିଥିଲେ। ତା ପରେ ପିଲା ମାନେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ।
