ବ୍ରହ୍ମପୁର ପୁଲିସ ଦ୍ବାରା ଶତାଧିକ SI ପରୀକ୍ଷାର୍ଥୀ ଅଟକ ସୂଚନା

ବ୍ରହ୍ମପୁର ପୋଲିସ ଦ୍ୱାରା ଶତାଧିକ ଏସଆଇ ଆଶାୟୀ ଅଟକ ଥିବା ସୂଚନା ମିଳିଛି । ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମରେ ପୋଲିସ ଏମାନଂକୁ ଧରିଛି ।ଓଡ଼ିଶା ପୁଲିସର ସବ୍‌ ଇନ୍ସପେକ୍ଟର ପଦବୀ ପରୀକ୍ଷା ଜାଲିଆତି ପାଇଁ ଯାଉଥିଲେ । ପରୀକ୍ଷା ଦାୟିତ୍ବ ନେଇଥିବା ସଂସ୍ଥା ଜାଲିଆତି କରିବାକୁ ଏମାନଙ୍କୁ ନେଉଥିବା ସୂଚନା ।ଶ୍ରୀକାକୁଲମରେ ଧରାପଡିବା ପରେ ବ୍ରହ୍ମପୁର ଆଣି ପୋଲିସର ପଚରା ଉଚରା କରିଛି । ଓଡିଶା ପୋଲିସ ଏସଆଇ ପରୀକ୍ଷାର ବଡ ଜାଲିଆତି ପଦାରେ ପଡିଥିବା ନେଇ ଚର୍ଚ୍ଚା ହେଉଛି । ତେବେ ୧୨୦ ଜଣ ପରୀକ୍ଷାର୍ଥୀଙ୍କୁ ଅଟକ ରଖ ଯାଇଛି |