ବ୍ରେକ୍‌ଅପ୍‌ ଖବରକୁ ନେଇ ମୁହଁ ଖୋଲିଲେ ଅର୍ଜୁନ୍‌-ମଲାଇକା

 ବଲିଉଡ୍‌ର ଚର୍ଚ୍ଚିତ ଯୋଡି ମଲାଇକା-ଅର୍ଜୁନ କପୁର ।  ଉଭୟଙ୍କ ବ୍ରେକ୍‌ଅପ୍‌ ନେଇ ଦୀର୍ଘଦିନରୁ ଚର୍ଚ୍ଚା ହୋଇ ଆସୁଥିଲା। ଏବେ ଏହା ଉପରେ ଅଭିନେତ୍ରୀ ପରୋକ୍ଷରେ ପ୍ରତିକ୍ରିୟା ରଖିଛନ୍ତି। ମଲାଇକା ନିଜର ଇନଷ୍ଟାଗ୍ରାମରେ ଫଟୋ ଶେୟାର କରି ଉଭୟଙ୍କ ମଧ୍ୟରେ ସବୁକିଛି ଠିକ୍‌ ଚାଲିଥିବା ଇସାରାରେ କହିଛନ୍ତି।ମଲାଇକା ନିଜର ଇନଷ୍ଟାଗ୍ରାମରେ ଦୁଇଟି ଚଷମା ସହ ଏକ ଫଟୋ ସେୟାର କରିଥିଲେ ।

ଏବଂ କ୍ୟାପସନ୍‌ରେ ଲେଖିଥିଲେ ‘ସନି ଡେଜ୍‌ ଆର୍‌ ହିଅର ଏଗେନ୍‌’ । ସେହିଭଳି ଅର୍ଜୁନ ତାଙ୍କ କୁକୁର ସହ ସୁନ୍ଦର ଭିଡିଓରେ କମେଣ୍ଟ କରିଛନ୍ତି ତୁମ ଜୀବନର ସଠିକ୍‌ ଷ୍ଟାର।  ଏଥିରୁ ଜଣାପଡିଛି କି ଦୁହିଁଙ୍କ ମଧ୍ୟରେ ସବୁକିଛି ଠିକ୍‌ ଥିବା ସ୍ପଷ୍ଟ ହୋଇଛି।

You might also like