ଭାରତୀୟ ତଟରକ୍ଷୀ ବାହିନୀର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ।

ପୋରବନ୍ଦର ଉପକୂଳ ଆରବ ସାଗରରେ ଆହତଙ୍କୁ ଉଦ୍ଧାର କରିବାକୁ ଯାଇଥିବା କୋଷ୍ଟଗାର୍ଡ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ୟାଙ୍କରରୁ ଆହତ ସଦସ୍ୟଙ୍କୁ ଉଦ୍ଧାର କରିବା ପାଇଁ ହେଲିକପ୍ଟରକୁ ନିୟୋଜିତ କରାଯାଇଥିଲା। ଉଦ୍ଧାର ପାଇଁ ଯିବାବେଳେ ଜରୁରୀ ଅବତରଣ କରିବାରୁ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ୨ କୋଷ୍ଟଗାର୍ଡ ପାଇଲଟଙ୍କ ସମେତ ୩ ନିଖୋଜ ହୋଇଯାଇଥିଲେ।

ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଉଦ୍ଧାର ପାଇଁ ସର୍ଚ୍ଚ ଅପରେଶନ ଜାରି ରହିଛି।

ଏହି ଧ୍ରୁବ ହେଲିକପ୍ଟର ଗୁଜରାଟ ବନ୍ୟାରେ ଜରୁରୀ ସହୟତା ପାଇଁ ନିୟୋଜିତ ହୋଇଥିଲା । ଜଣେ ଅଧିକାରୀ କହିଛନ୍ତି, ସୋମବାର ରାତିରେ ହେଲିକପ୍ଟର ମେଡିକାଲ ଏମର୍ଜେନ୍ସିରେ ବାହାରି ଥିଲା । ମାତ୍ର ପୋରବନ୍ଦର ନିକଟରେ ଯାନ୍ତ୍ରିକ ତ୍ରୁଟି ପାଇଁ ସମୁଦ୍ରରେ ଏମର୍ଜେନ୍ସି ଲ୍ୟାଣ୍ଡିଂ ବେଳେ ଦର୍ଘଟଣାଗ୍ରସ୍ତ ହୋଇଛି ।

You might also like