ଭିଜିବ ଦଶହରା ! ପୁଣି ଆସୁଛି ଆଉ ଏକ ଲଘୁଚାପ

ଭିଜିବ ଦଶହରା ! ପୁଣି ଆସୁଛି ଆଉ ଏକ ଲଘୁଚାପ । ବର୍ତ୍ତମାନ ରାଜଧାନୀ ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ଫିକା ପଡ଼ିବ ପାର୍ବଣ ।ଆସନ୍ତା ୨୫ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନବର୍ତ୍ତୀ ଉତ୍ତରପୂର୍ବ ବଙ୍ଗୋପସାଗରରେ ମିଆଁମାର-ବାଂଲାଦେଶ ଉପକୂଳରେ ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି । ଅନ୍ୟପଟେ ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିଷ୍କ୍ରିୟ ରହିଛି। ଏନେଇ ପାଣିପାଗ ବିଭାଗ ବିଭାଗ ସୂଚନା ଦେଇଛି । ଆସନ୍ତା ୨୩ ରୁ ୨୬ ତାରିଖ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିି ପାଗ ବିଭାଗ ଚେତାବନୀ ହେଇଥିବା ବେଳେ ଆସନ୍ତା ୨୪ ଘଣ୍ଟାରେ ସାରା ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଏହାସହ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବିଜୁଳି, ଘଡଘଡି ସହ ୩୦ ରୁ ୪୦ କି.ମି ବେଗରେ ପବନ ବୋହିବାର ସମ୍ଭାବନାକୁ ନେଇ ସମସ୍ତ ଜିଲ୍ଲାକୁ ୟେଲୋ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ ।୨୪ ତାରିଖରେ ୨ ଜିଲ୍ଲା ମୟୂରଭଞ୍ଜ ଏବଂ କେନ୍ଦୁଝରରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସେହିପରି ୨୫ ତାରିଖ ଦିନ ୮ ଜିଲ୍ଲାରେ ପ୍ରବଳ ବର୍ଷିବ । ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଆକଳନ କରାଯାଇଛି ।