ଭେଙ୍କଟେଶ୍ବର ସ୍ବାମୀ ମନ୍ଦିର ଦଳଚକଟାରେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ
ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମରେ ଦଳାଚକଟା ଘଟଣାରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଥିବାବେଳେ ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ ଯୁବତୀ ରହିଛନ୍ତି। ସେ ହେଲେ ଆର. ରୁପା। ତାଙ୍କ ଘର ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଗୁଡ଼ିପଦର ଗ୍ରାମରେ। ସେ ଆଜି କାଶୀବୁଗା ସ୍ଥିତ ଭେଙ୍କଟେଶ୍ବର ସ୍ବାମୀ ମନ୍ଦିର ବୁଲି ଯାଇଥିଲେ ମୃତ ଯୁବତୀ । ତାଙ୍କ ସହ ଯାଇଥିବା ଆଉ ଜଣେ ମହିଳା ଦଳାଚକଟାରେ ଗୁରୁତର ଅଛନ୍ତି ।ଏକାଦଶୀ ଯୋଗୁଁ ଆଜି ସକାଳ ସମୟରେ ମନ୍ଦିରରକୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ସେହି ସମୟରେ ଏକ ଲୁହା ରେଲିଂ ଭୁଶୁଡି ପଡିବାରୁ ସମସ୍ତେ ଭୟରେ ଦଉଡିବା ଆରମ୍ଭ କରିଥିଲେ ଫଳରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଦିନ 11ଟା 30ରେ ଏହି ଘଟଣା ଘଟିଥିବା କୋଶିବୁଗ୍ଗା ସବଡିଭିଜନ ଇନଚାର୍ଜ ଡିଏସପି ଲକ୍ଷ୍ମଣ ରାଓ କହିଛନ୍ତି । ମୃତକଙ୍କ ମଧ୍ୟରେ 8 ଜଣ ମହିଳା ରହିଥିବା ବେଳେ ଜଣେ 13 ବର୍ଷର ବାଳକ ରହିଛନ୍ତି ।ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି। ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ଆହତଙ୍କୁ ତ୍ଵରିତ ସେବା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।
