ମଣ୍ଡପରେ ମହାମାୟାଙ୍କ ମହାଷ୍ଟମୀ, ପୀଠରେ ମହାନବମୀ ନୀତିକାନ୍ତି
ମଣ୍ଡପରେ ଦର୍ଶନ ଦେଉଛନ୍ତି ମା’ । ଶକ୍ତିପୀଠରେ ଚାଲିଛି ଦେବୀଙ୍କ ମହାନବମୀ ପୂଜା, ମଣ୍ଡପରେ ଆଜି ମହାଷ୍ଟମୀ । ନବରାତ୍ରି ଅବସରରେ ଚଳଚଞ୍ଚଳ ରାଜ୍ୟର ପ୍ରମୁଖ ଶକ୍ତିପୀଠ । ରୀତିନୀତି ପୂଜାବିଧି ଅନୁସାରେ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା । ଘଣ୍ଟଘଣ୍ଟା ଓ ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ହେଉଛି ପରିବେଶ। ମାଆଙ୍କୁ ଦର୍ଶନ କରିବା ପାଇଁ ଶକ୍ତିପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି ।ଦୁର୍ଗାପୂଜା ଅବସରରେ ମହାସପ୍ତମୀରୁ ବିଜୟା ଦଶମୀ ଯାଏ ୪ ଦିନ ଧରି ଶ୍ରଦ୍ଧାଳୁଙ୍କୁ ସୁନାବେଶରେ ଦର୍ଶନ ଦେଉଛନ୍ତି ମାଆ ତାରିଣୀ । ନବରାତ୍ର ବ୍ରତ ଧାରଣ କରି ଭକ୍ତମାନେ ମାଆଙ୍କର ପୂଜାର୍ଚ୍ଚନା କରୁଛନ୍ତି। ବିଭିନ୍ନ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରୁଛି ସୁଉଚ୍ଚ ତୋରଣ ।
