ମହଙ୍ଗା ପଡିଲା ବିଷଧର ନାଗ ସାପ ସହ ଖେଳ । 

ସର୍ପ ଦଂଶନରେ ସାପ ଧରାଳୀ ମୃତ। ଏଭଳି ଏକ ଅଘଟଣ ସୋମବାର ସାମ୍ନାକୁ ଆସିଛି। ବୀରମହାରାଜପୁର ଥାନା ଚମ୍ପାମାଳରେ ଜଣଙ୍କ ଘରୁ ସାପ ଧରିଥିଲେ ସାପ ଧରାଳୀ । ସାପ ଧରି କୌଣସି କାମରେ ଥାନାକୁ ଆସିଥିବା ବେଳେ ସେଠାରେ ତାଙ୍କୁ ସର୍ପ ଦଂଶନ କରିଥିଲା।ମିଳିଥିବା ସୂଚନା ମୁତାବକ, ସାପ ଧରାଳି ଗୌର ଚମ୍ପାମାଳ ଗ୍ରାମର ଜଣଙ୍କ ଘରୁ ଏକ ବିଷଧର ସାପ ଧରିଥିଲେ। ପରେ ସେ ସାପ ଧରି ବୀରମହାରାଜପୁର ଥାନାକୁ ଆସିଥିଲେ।

ତେବେ ଥାନାରେ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ସାମ୍ନାରେ ସାପକୁ ଡବାରୁ ବାହାର କରି ଦେଖାଇଥିଲେ । ଦେଖି ସାରି ପୁଣି ଡବା ଭିତରେ ଭରିବା ସମୟରେ ଗୌରଙ୍କ ହାତକୁ ଚୋଟ ମାରିଥିଲା ବିଷଧର ନାଗସାପ । ଅବଶ୍ୟ ତାଙ୍କୁ ତୁରନ୍ତ ପୋଲିସ ଭ୍ୟାନରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗୌରଙ୍କର ମୃତ୍ୟୁ ହୋଇଛି।

You might also like