ମହାଳୟାରେ ଧବଳମୁଖୀ ବେଶରେ ଦର୍ଶନ ଦେବେ ମାଆ ସମଲେଶ୍ବରୀ

ନବରାତ୍ରରେ ଜଳିବ ୫ ହଜାର ଦୀପ। ପବିତ୍ର ମହାଳୟା ଓ ନବରାତ୍ର ପାଇଁ ମାଆ ସମଲେଶ୍ବରୀଙ୍କ ମନ୍ଦିରରେ ଚାଲିଛି ଜୋରଦାର ପ୍ରସ୍ତୁତି। ମହାଳୟାରେ ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମାଆ ସମଲେଶ୍ବରୀ। ପ୍ରାତଃ ସାଢ଼େ ୪ଟାରେ ମଙ୍ଗଳ ଆଳତି ପରେ ପ୍ରାତଃ ୫ଟାରେ ଦର୍ଶନ ଆରମ୍ଭ ହେବ।ଅନ୍ୟପଟେ ଅନ୍ନଭୋଗ ଲାଗି ପାଇଁ ଦିନ ୧୧ଟା ୪୫ରୁ ୧୨ଟା ୩୦ ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ । ସେହିପରି ସନ୍ଧ୍ୟା ମହାଆଳତି ପାଇଁ ସନ୍ଧ୍ୟା ୭ଟା୪୫ରୁ ରାତି ୮ଟା୩୦ ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ । ରାତି ୧୦ଟା ୩୦ରେ ମା’ ସମଲେଶ୍ୱରୀଙ୍କ ଦର୍ଶନ ବନ୍ଦ ଓ ପହଡ଼ ନୀତି ଅନୁଷ୍ଠିତ ହେବ । ନବରାତ୍ରର ପ୍ରଥମ ଦିନରେ ସରସ୍ବତୀ ବେଶରେ ଦର୍ଶନ ଦେବେ ମାଆ ସମଲେଇ।