ମହିଳାଙ୍କ ସ୍ବାସ୍ଥ୍ୟକୁ ଗୁରୁତ୍ବ, ‘ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନରେ ମେଘା ସ୍ଵାଥ୍ୟ ଶିବିର
ଗଣିଆ -( /୨୧/୦୯) ମହିଳାଙ୍କ ସ୍ୱାସ୍ଥ୍ୟ ପ୍ରତି ଗୁରୁତ୍ୱ ଦେବାକୁ ଯାଇ ସାରା ରାଜ୍ୟରେ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୨ ପଯ୍ୟନ୍ତ ସ୍ଵାଥ୍ୟ ଶିବିର ଅନୁଷ୍ଠିତ ହେବାକୁ ଥିବାବେଳେ ଗଣିଆ ଗୋଷ୍ଠୀ ସ୍ଵାଥ୍ୟକେନ୍ଦ୍ର ପରିସରରେ ରବିବାର ଦିନ ପୂର୍ବାହ୍ନ ୧୦ ଘଂୟିକା ସମୟରେ ମେଘା ସ୍ଵାଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା . ଏଥିରେ ସ୍ଵାଥ୍ୟକେନ୍ଦ୍ରରେ ସ୍ଵାଥ୍ୟ ଅଧିକାରୀ ମଧୁସୂଦନ ଦାସଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ବ୍ଲକ ଅଧକ୍ଷା ଝୁନା ଜେନା ଯୋଗଦେଇଥିବାବେଳେ ସାମ୍ନାନୀତ ଅତିଥି ଭାବେ , କନ୍ଧମାଳ ସାଂସଦଙ୍କ ଗଣିଆ ବ୍ଲକ ପ୍ରତିନିଧି ଶରତ କୁମାର କର,ଜିଲପରିଷଦ ସଭ୍ୟ ନରେଶ କୁମାର ବେହେରା, ଗଣିଆ ସରପଞ୍ଚ ଗିରିଧାରୀ ସେଠି, ସମିତିସଭ୍ୟ ଫକୀର ମୋହନ ଡାକୁଆ ଜିଲ୍ଲା ଆଶା ପରିଚାଳକ ଶିତିକାନ୍ତ ପଟ୍ଟନାୟକ , ଅଶୋକ କୁମାର ସାହୁ ଅତିରିକ୍ତ ଜିଲ୍ଲା ସ୍ଵାଥ୍ୟ ସମ୍ପ୍ରସାରଣ ଅଧିକାରୀ , ଡାକ୍ତର ରଜତ କୁମାର ପଣ୍ଡା, ସୁନ୍ଦନ ଶେଖର ନନ୍ଦ, ଡାକ୍ତର ନବକିଶୋର ସାହୁ, ଡାକ୍ତର ଲୋଚନ କୁମାର କାଟା, ଆୟୁଷ ଡାକ୍ତର ଗିରିଧାରୀ ମଲ୍ଲ ଉପସ୍ଥିତ ଥିଲେ ।

ଏହି କାଯ୍ୟକ୍ରମକୁ ଗଣିଆ ସମ୍ପ୍ରସାରଣ ଅଧିକାରୀ କମଳା ମହାରଣା ସୁ ପରିଚାଳନା କରିଥିଲେ । ରାଜ୍ୟରେ ସମସ୍ତ ବୟସ ବର୍ଗର ମହିଳା ଏବଂ ବାଳିକାମାନଙ୍କ ପାଇଁ ଶୁଭାରମ୍ଭ “ସୁସ୍ଥ ନାରୀ, ସଶକ୍ତ ପରିବାର” ଅଭିଯାନ । ଏହି ଅଭିଯାନରେ ବ୍ୟାପକ ସ୍କ୍ରିନିଂ, ପୁଷ୍ଟିସାର ଏବଂ ସ୍ବାସ୍ଥ୍ୟ ସେବା ଉପରେ ଧ୍ୟାନ ଦିଆଯାଉଛି ।ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ମହିଳାମାନଙ୍କ ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକୁ ପ୍ରୋତ୍ସାହିତ କରିବା । ଏହା ସହିତ ମହିଳା ଏବଂ ବାଳିକାମାନଙ୍କର ସାମଗ୍ରିକ ବିକାଶ ପ୍ରତି ଧ୍ୟାନ ଦେବା ସହିତ ପୁଷ୍ଟିକର ଖାଦ୍ୟ ସମ୍ବନ୍ଧିତ ପରାମର୍ଶ, ଋତୁସ୍ରାବ ସ୍ୱଚ୍ଛତା ସଚେତନତା, ତେଲ ଏବଂ ଚିନି ସେବନ ହ୍ରାସ, ମେଦ ବହୁଳତା ରୋକିବା, ଖାଦ୍ୟ ବିବିଧତା ଏବଂ ଲୌହଯୁକ୍ତ ଖାଦ୍ୟ ଗ୍ରହଣ ପାଇଁ ଉତ୍ସାହିତ କରିବା ଉପରେ ଧ୍ୟାନ ଦିଆଯାଉଛି । ମହିଳା ହିତାଧିକାରୀ ଏବଂ କିଶୋରୀମାନଙ୍କ ଉଚ୍ଚ ରକ୍ତଚାପ, ମଧୁମେହ, ମୁଖ, ସ୍ତନ ଏବଂ ଗର୍ଭାଶୟ କର୍କଟ, ରକ୍ତହୀନତା, ଟିବି, ସିକିଲସେଲ୍ ରୋଗ, ମାତୃ ସ୍ୱାସ୍ଥ୍ୟ ଏବଂ ଏନସିଡି ପାଇଁ ସ୍କ୍ରିନିଂ କରିବା ପାଇଁ ଏକ ମହତ୍ତ୍ବାକାଂକ୍ଷୀ ଲକ୍ଷ୍ୟ ରଖାଯାଇଛି । । ଏହି ଅଭିଯାନ ସମୟରେ ସମସ୍ତ ଗର୍ଭବତୀ ମହିଳାଙ୍କ ପାଇଁ ବିଶେଷଜ୍ଞଙ୍କ ଦ୍ୱାରା ପ୍ରସବ ପୂର୍ବ ପରୀକ୍ଷା କରାଯିବା ସହିତ ଟୀକାକରଣ ହୋଇନଥିବା ଝିଅମାନଙ୍କୁ ନିୟମିତ ଟିକାକରଣରେ ଅନ୍ତର୍ଭୁକ୍ତ କରାଯାଇଛି । ରକ୍ତହୀନତାଗ୍ରସ୍ତ ମହିଳା ଏବଂ ଝିଅମାନେ ମାଗଣା ଚିକିତ୍ସା ଦିଆଯାଇଥିଲା । ଏହା ଦ୍ବାରା ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଟ୍ରାକିଂ କରିବାରେ ସୁବିଧା ହେଉଛି ବୋଲି କହିଛନ୍ତି ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟଅଧିକାରୀ ମଧୁସୂଦନ ଦାଶ । ଏପରିକି ଚାରିଦିନରେ ୩ ହଜାର ୯୧୫ ଜଣଙ୍କର ଚିକିତ୍ସା କରାଯାଇଥିବାବେଳେ ଅକ୍ଟୋବର ୨ ତାରିଖ ଭିତରେ ୨୦ ହଜାର ରୋଗୀଙ୍କର ଚିକିତ୍ସା କରାଯିବବୋଲି ଡାକ୍ତର ଶ୍ରୀଯୁକ୍ତ ଦାସ କହିଛନ୍ତି
